ଛୁରୀଦେଖାଇ ଫେରିବାଲାଠୁ ଶାଢ଼ି, ଟଙ୍କା ଓ ମୋବାଇଲ ଲୁଟ୍ !

ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

କଣ୍ଟାମାଳ: ଶାଢ଼ି ଗଣ୍ଠିଲି ଧରି ଜଣେ ବିହାରୀ ଫେରିବାଲା ଲମ୍ବସରୀ ଅଞ୍ଚଳକୁ ଯାଉଥିବା ବେଳେ କୁଲିହାପାଲି ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଛୁରି ଦେଖାଇ ଜୀବନରେ ମାରି ଦେବାକୁ ଧମକ ଦେଇ ଲୁଟ୍ କରିଥିବା ଶନିବାର କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଶନିବାର ଦିନ ୧୧ଟା ସମୟରେ ସମ୍ପୃକ୍ତ ଫେରିବାଲା ଲମ୍ବସରୀକୁ ଯାଉଥିବା ବେଳେ କୁଲିହାପାଲି ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ତାକୁ ଅଟକାଇଥିଲେ। ସେମାନେ ବିକ୍ରି ପାଇଁ ଥିବା ତାର ଶାଢି, ମୋବାଇଲ ଫୋନ ଓ ୧୫ ହଜାର ଟଙ୍କା ଲୁଟି ନେଇଥିଲେ।

ଏହାପରେ ଫେରିବାଲାଜଣକ କଣ୍ଟାମାଳ ଥାନାରେ ଅଭିଯୋଗ କରିଥିଲା। ପୁଲିସ କୁଲିହାପାଲି ଏବଂ ଅରଖପଦର ଗ୍ରାମରେ ଚଢ଼ଉ କରି ଦୁଇଜଣ ଦୁର୍ବୃତ୍ତଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ହେଉଥିବା ଛୋଟବଡ଼ ଚୋରି ଓ ଲୁଟ୍ ଘଟଣାରେ ଉଭୟ ଦୁର୍ବୃତ୍ତଙ୍କ ସମ୍ପୃକ୍ତିଥିବା ସୂଚନା ପ୍ରାଥମିକ ତଦନ୍ତରୁ ଜାଣିପାରିଛି ପୁଲିସ। ତେବେ ତଦନ୍ତରେ ବ୍ୟାଘାତ ହେବା ଆଶଙ୍କାରେ ଭଭୟଙ୍କ ପରିଚୟ ଆସନ୍ତାକାଲି ଦିଆଯିବ ବୋଲି କଣ୍ଟାମାଳ ଥାନାଧିକାରୀ ନଳିନୀକାନ୍ତ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe