ମା ଜଗତଜନନୀଙ୍କ ହୁଣ୍ଡିରୁ ଚାଲିଛି ଟଙ୍କା ଗଣା

ମା ଜଗତଜନନୀଙ୍କ ହୁଣ୍ଡିରୁ ଚାଲିଛି ଟଙ୍କା ଗଣା

ଜୟପୁର: ବର୍ଷେ ସାତ ମାସର ବ୍ୟବଧାନ ପରେ ଆଜି ପୁଣି ଥରେ ଜୟପୁରର ପ୍ରସିଦ୍ଧ ମା ଜଗତଜନନୀଙ୍କ ମନ୍ଦିର ହୁଣ୍ଡିରେ ଥିବା ଟଙ୍କା ଗଣା ଆରମ୍ଭ ହୋଇଛିି। ଏଥିରେ ମନ୍ଦିର ଟ୍ରଷ୍ଟ ଓ ପରିଚାଳନା କମିଟିର ୨୫ ଜଣ ସଦସ୍ୟ ଏହି ଟଙ୍କା ଗଣିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କେ.ଲକ୍ଷ୍ମଣ (ବାବୁ)ରାଓ, ମାଧବ ରତ, ଏ.ରାମା ରାଓ, ସୁରେଶ କୁମାର ପଣ୍ଡା, ମାଧବ ମହାଙ୍କୁଡ, ଶିବ ପଟ୍ଟନାୟକ, ପିଣ୍ଟୁ ମାଝୀ ଆଦିଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା।

ସୂଚନାଯୋଗ୍ୟ ଯେ ଗତ ବର୍ଷେ ୫ମାସ ତଳେ ମା ଜଗତଜନନୀଙ୍କ ମନ୍ଦିରର ହୁଣ୍ଡି ଖୋଲାଯାଇ ଟଙ୍କା ଗଣାଯାଇଥିଲା। କରୋନା ସଂକ୍ରମଣ ପାଇଁ ସରକାର ଜାରି କରିଥିବା ଗାଇଡ୍ ଲାଇନ୍ ଯୋଗୁଁ ହୁଣ୍ଡିକୁ ଖୋଲାଯାଇନଥିଲା। ଏବେ ପରିସ୍ଥିତି ସାମାନ୍ୟ ସ୍ବାଭାବିକ ହେବା ପରେ ଆଜି ମନ୍ଦିର ପରିଚାଳନା କମିଟି ପକ୍ଷରୁ ମାଆଙ୍କ ମନ୍ଦିର ହୁଣ୍ଡି ବା ଦାନବାକ୍ସ ଖୋଲାଯାଇ ଏଥିରେ ଥିବା ଟଙ୍କା ଗଣିବା ପାଇଁ ନିଷ୍ପତ୍ତି ହୋଇଥିଲା।

ପରିଚାଳନା ଟ୍ରଷ୍ଟ ଓ କମିଟି ପକ୍ଷରୁ ଏହାର ସଦସ୍ୟମାନଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇ ଟଙ୍କା ଗଣା ଆରମ୍ଭ ହୋଇଥିଲା। ରିପୋର୍ଟ ଲେଖାହେବା ଯାଏଁ ୯ଲକ୍ଷ ୫୮ହଜାର ଟଙ୍କା ରହିଥିବା ସୂଚନା ମିଳିଛି। ସେଭଳି କିଛି ସୁନା ଗୁଣ୍ଡ ବି ଏଥିରେ ମିଳିଛି। ତେବେ ଏଥି ମଧ୍ୟରେ କିଛି ଅଚଳ ଓ ଚିରା ଫଟା ନୋଟ ବି ହୁଣ୍ଡିରୁ ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe