ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜି ପଞ୍ଚାୟତର ବିକାଶ ନଗରବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିଛନ୍ତି। ନିର୍ମାଣ ପରେ ପ୍ରୋତ୍ସାହନ ରାଶି ଓ ମନରେଗା ବକେୟା ଅର୍ଥ ଗତ ୩ବର୍ଷ ଧରି ମିଳିନାହିଁ। ଏହି ଅର୍ଥ ପାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରାପ୍ୟ ମିଳି ନଥିବା ଯୋଗୁଁ ବୁଧବାର ବିକାଶ ନଗରବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଏନେଇ ଜିଲ୍ଲାପାଳଙ୍କ ଜରିଆରେ ୫–ଟି ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରାପ୍ୟ ତୁରନ୍ତ ପ୍ରଦାନ ନକଲେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧାରଣାରେ ବସିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଆବାସ ଯୋଜନାର ବକେୟା ଅର୍ଥ ପ୍ରଦାନ ଦାବିରେ ଧାରଣା
Advertisment
Follow Us