ଅଧିକାରୀଙ୍କ ନକଲ ଦସ୍ତଖତରେ ଚିଠି ପଠାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୨.୨୦ ଲକ୍ଷ ଟଙ୍କା ନେଇଗଲେ ସିଆରସିସି

Advertisment

ଅଭିଯୋଗ ପରେ ସିଆରସିସି ନିଳମ୍ବିତ

ଅଭିଯୋଗ ପରେ ସିଆରସିସି ନିଳମ୍ବିତ

ଅଧିକାରୀଙ୍କ ନକଲ ଦସ୍ତଖତରେ ଚିଠି ପଠାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୨.୨୦ ଲକ୍ଷ ଟଙ୍କା ନେଇଗଲେ ସିଆରସିସି

Sambad

ରାୟଗଡା: ଅବସରପ୍ରାପ୍ତ ଶିକ୍ଷକ ରାମ ମେଲେକାଙ୍କୁ ଅଧିକାରୀଙ୍କ ନକଲ ଦସ୍ତଖତରେ ଏକ ଚିଠି ପଠାଇ ହାଟଶେଷଖାଲ କ୍ଲଷ୍ଟର ସିଆରସିସି ସୁରେଶ କୁମାର ପୁସୁପୁ ରେଡ୍ଡୀ ୨ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଯାଇଛନ୍ତି।ଏ ସଂକ୍ରାନ୍ତରେ ଗୁରୁବାର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ପରେ ସିଆରସିସି ପୁସୁପୁରେଡ୍ଡୀଙ୍କୁ ନିଳମ୍ବନ କରାଯାଇଛି।

ଘଟଣା ଅନୁଯାୟୀ, ରାୟଗଡା ବ୍ଲକର ହାଟଶେଷଖାଲ ପଞ୍ଚାୟତର ଜୁଝାମଣି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରାମ ମେଲକାଙ୍କୁ କିଛିଦିନ ତଳେ ତୁମ ନିକଟକୁ ଅଧିକ ୨ ଲକ୍ଷ ୨୦ ହଜାର ଟଙ୍କା ଚାଲି ଯାଇଥିବା କହି ବିଇଓ ଏବଂ ଟ୍ରେଜରରଙ୍କ ନକଲ ଦସ୍ତଖତ ଥାଇ ଏକ  ଚିଠି ଲେଖିବା ସହ  କରି ତୁରନ୍ତ ଟଙ୍କା ଫେରାଇବା ପାଇଁ କହିଥିଲେ। ରାମ ମେଲକା ଜଣେ ନିରୀହ ଆଦିବାସୀ ଶିକ୍ଷକ ହୋଇଥିବାରୁ ସେ ରାୟଗଡା ଆସି ସିଆରସିସି ପୁସୁପୁ ରେଡ୍ଡୀଙ୍କୁ ଟଙ୍କା ଫେରାଇ ଦେଇଥିଲେ।

ସିଆରସିସି ପୁସୁପୁ ରେଡ୍ଡୀଙ୍କ ଲୋଭ ଏତିକିରେ କମି ନଥିଲା। ସେ ପୁଣି ଦୁଇଦିନ ପରେ ତାଙ୍କ ନିକଟକୁ ଆଉଏକ ନକଲି ଚିଠି ପଠାଇ ୧, ୩୯, ୮୦୦ ଟଙ୍କା ଅଧିକା ଚାଲିଯାଇଥିବା କହିଥିଲେ। ତୁରନ୍ତ ଫେରାଇବାକୁ ପୁସୁପୁ ରେଡ୍ଡୀ କହିଥିଲେ। ସିଆରସିସି ବାରମ୍ବାର ଟଙ୍କା ମାଗୁଥିବା ନେଇ ସେ ବିଇଓ କାର୍ଯ୍ୟାଳୟ ଯାଇ ତଦନ୍ତ କରିଥିଲେ। ତେବେ ସେଠାରେ କିଛି ସୁଫଳ ନମିଳିବାରୁ ଜଣେ ସମାଜସେବୀ ବଳରାମ ପଣ୍ଡାଙ୍କୁ ଏନେଇ ରାମ ମେଲକା ଜଣାଇବା ପରେ ସେ ତୁରନ୍ତ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ରାମ ମେଲକା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏନେଇ ଅଭିଯୋଗ କରିଥିଲେ। ଏକଥା ସିଆରସିସି ଜାଣିବା ପରେ ଜୁଝାମଣି ଗ୍ରାମକୁ ଯାଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ମେଲକାଙ୍କୁ ବୁଝାସୁଝା କରିବା ସହ ତାଙ୍କ ଟଙ୍କା ଫେରାଇ ଦେବେ ବୋଲି ପ୍ରତିଶ୍ରୁତି ଦେବା ସହ ତାଙ୍କ ଅଭିଯୋଗ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ। କିନ୍ତୁ ଶ୍ରୀ ମେଲକା ଏବଂ ଗ୍ରାମବାସୀ ଏହାକୁ ମନା କରିଦେଇଥିଲେ। ଏହି ଘଟଣାକୁ ଚାପିବା ପାଇଁ ସିଆରସିସି ବହୁ ଚେଷ୍ଟା କରି ବିଫଳ ହୋଇଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଗୁରୁବାର ସମସ୍ତଙ୍କୁ ହାଜର କରାଇ ବିଚାର କରାଯାଇଥିଲା। ନିଜେ ସିଆରସିସି ଶ୍ରୀ ପୁସୁପୁରେଡ୍ଡୀ ନିଜର ଭୁଲ ସ୍ବୀକାର କରିବା ସହ ଲିଖିତ ଭାବେ ସେ ଏହି ଘଟଣାରେ କେହି ସମ୍ପୃକ୍ତ ନଥିବା କହିବା ସହ ତୁରନ୍ତ ତାଙ୍କର ଟଙ୍କା ଫେରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ ସିଆରସିସିଙ୍କୁ ଏହି ଘଟଣାରେ ନିଳମ୍ବନ କରିଛନ୍ତି। ସମାଜସେବୀ ବଳରାମ ପଣ୍ଡା ତୁରନ୍ତ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ମେଲକାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ସିଆରସିସିଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଘଟଣା କିଛି ସାମ୍ବାଦିକ ଜାଣିବା ପରେ ତାଙ୍କୁ ବ୍ଲାକମେଲ କରି ୨ ଲକ୍ଷ ଟଙ୍କା ନେଇଥିବା ସିଆରସିସି ସ୍ବୀକାର କରିଥିବା ସମାଜସେବୀ ବଳରାମ ପଣ୍ଡା ଏବଂ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ମେଲକାକହିଛନ୍ତି। ତେବେ ସିଆରସିସି ତୁରନ୍ତ ଟଙ୍କା ନ ଫେରାଇଲେ ଆନ୍ଦୋଳନ କରିବାକୁ ଗ୍ରାମବାସୀଙ୍କ ସହ ଶ୍ରୀ ପଣ୍ଡା ଏବଂ ଶ୍ରୀ ମେଲକା ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe