(Representational immage) )Times of India
ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଏସ୍ବିଆଇରୁ ଜଣେ ବ୍ୟକ୍ତି ଇନ୍ଦିରା ଆବାସ ଟଙ୍କା ଧରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ବୋରିଆ ପଞ୍ଚାୟତ ଚିଚର୍ଲା ଗ୍ରାମର ଶଙ୍କର୍ଷଣ କରୁଁଆ ତାଙ୍କ ମା’ ମଥା କରୁଆଁଙ୍କ ଆକାଉଣ୍ଟରେ ପଡ଼ିଥିବା ଇନ୍ଦିରା ଆବାସ ଟଙ୍କା ୩୫ ହଜାର ଉଠାଣ କରି ଘରକୁ ଫେରୁଥିଲେ। ଏହି ସମୟରେ ଚିଚର୍ଲା ଗ୍ରାମର ଫଟାମୁଣ୍ଡା ପୋଖରୀ ନିକଟରେ ଦୁର୍ବୃତ୍ତମାନେ ସେମାନଙ୍କଠାରୁ ଟଙ୍କା ଲୁଟ୍ କରି ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଏକ ବାଇକ୍ (ଓଡ଼ି ୦୭ଏଏ-୮୮୦୬) ଛାଡ଼ି ଫେରାର୍ ମାରିଥିବାରୁ ସେହି ଆଧାରରେ କେସିଙ୍ଗା ପୁଲିସ୍ ତଦନ୍ତ ଆରମ୍ଭ କରିଛି।
Follow Us