ଉଚ୍ଚ ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ: ସାନ ଭଉଣୀର ଭବିଷ୍ୟତ ପାଇଁ ପାଠ ଛାଡ଼ିଲା ବଡ଼ 

Advertisment

କଲେଜ ଫି’, ବହି ଖର୍ଚ୍ଚ ତୁଲାଇବାକୁ ପ୍ରଶାସନର ପ୍ରତିଶ୍ରୁତି, ମାଗଣାରେ ପାଠ ପଢ଼ାଇବାକୁ କହିଲେ ମିଟସ୍ ଗ୍ରୁପ୍ ଅଧ୍ୟକ୍ଷ 

କଲେଜ ଫି’, ବହି ଖର୍ଚ୍ଚ ତୁଲାଇବାକୁ ପ୍ରଶାସନର ପ୍ରତିଶ୍ରୁତି, ମାଗଣାରେ ପାଠ ପଢ଼ାଇବାକୁ କହିଲେ ମିଟସ୍ ଗ୍ରୁପ୍ ଅଧ୍ୟକ୍ଷ 

ଉଚ୍ଚ ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ: ସାନ ଭଉଣୀର ଭବିଷ୍ୟତ ପାଇଁ ପାଠ ଛାଡ଼ିଲା ବଡ଼ 

ରାୟଗଡ଼ା: ପିଲାଟି ଦିନରୁ ବାପା ଆରପାରିରେ। ମାଆର ବୟସ ୫୦ ଟପିଲାଣି। ମୂଲ ଲାଗିଲେ ପରିବାର ଚଳୁଛି। କରୋନା କାଳରେ କାମଧନ୍ଧା ବନ୍ଦ ଯୋଗୁ ୩ ପ୍ରାଣୀର ପରିବାର ଚଳିବା କଷ୍ଟସାଧ୍ୟ ହୋଇ ପଡିଛି। ସରକାରଙ୍କ ପକ୍ଷରୁ ମାସିକ ୫୦୦ ଟଙ୍କାର ପେନସନ୍ ଓ ୧୫ କେଜି ଚାଉଳ ଗରିବ ଆଦିବାସୀ ପରିବାର ପାଇଁ ସାହା ଭରସା ପାଲଟିଛି। ଏପରି ସ୍ଥିତିରେ ଉଚ୍ଚ ଶିକ୍ଷା ପାଇଁ ଟଙ୍କା ଆସିବ କେଉଁଠୁ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଗରିବ ଆଦିବାସୀ ଛାତ୍ରୀ। ଦୁଇ ଭଉଣୀ ଦୈନକ ମୂଲ ଲାଗି ଟଙ୍କା ସଞ୍ଚୟ କରିବାରେ ଲାଗି ପଡିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ରାୟଗଡ଼ା ବ୍ଲକ୍ ତାଡ଼ମା ପଞ୍ଚାୟତର ବଡସାହିରେ ରୁହନ୍ତି ଲେଲୁ ମେଲେକା ଓ ଅନିତା ମେଲେକା। ଅତ୍ୟନ୍ତ ଗରିବ ଶ୍ରେଣୀର ଏହି ଦୁଇ ଭଉଣୀ ଦଶମ ପର୍ଯ୍ୟନ୍ତ ଆଦିବାସୀ ସେବାଶ୍ରମରେ ରହି ପାଠ ପଢ଼ିଥିଲେ। ପରେ ସଂଘର୍ଷ କରି ଉଚ୍ଚ ଶିକ୍ଷା ପାଇଁ କଲେଜରେ ନାମ ଲେଖାଇଛନ୍ତି। ବଡ଼ ଭଉଣୀ ଲେଲୁ ମେଲେକା ରାୟଗଡ଼ା ସ୍ବଂୟ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ବିତୀୟ ବର୍ଷରେ ପଢ଼ୁଥିବା ବେଳେ ସାନ ଅନିତା ଯୁକ୍ତ ଦୁଇ ପାସ୍ କରି ଯୁକ୍ତ ୩ ରେ ନାମ ଲେଖାଇବାକୁ ଫର୍ମ ଫିଲଅପ୍ କରିଛନ୍ତି। କଲେଜର ନାମ ଲେଖା ବାବଦ ଫି’ ଏବଂ ବହି କିଣିବାକୁ ପାଖରେ ଟଙ୍କା ନଥିବାରୁ ଗତ କିଛି ଦିନ ହେଲା ଚିନ୍ତାରେ ପଡିଛନ୍ତି ଏହି ଦୁଇ ଭଉଣୀ।

publive-image

ଅନଲାଇନ୍ କ୍ଲାସ ପାଇଁ ପାଖରେ ବି ମୋବାଇଲ୍ ନଥିବାରୁ ପାଠ ପଢ଼ା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ ପାଇଁ ଦୁଇ ଭଉଣୀ ଏବେ ଦିନ ମଜୁରିଆ ପାଲଟିଛନ୍ତି। ଏପରିକି ସାନ ଭଉଣୀ ଅନିତାକୁ ପାଠ ପଢ଼ାଇ ମଣିଷ କରିବାକୁ ଯୁକ୍ତ ତିନି ଦ୍ବିତୀୟ ବର୍ଷରେ ପଢ଼ୁଥିବା ବଡ ଲେଲୁ ପାଠ ଛାଡ଼ି ଦେଇଛନ୍ତି। ରାତି ପାହିଲେ ଦୁଇ ଭଉଣୀ କାମ କରିବାକୁ ଯାଇ ସଂଧ୍ୟାରେ ଫେରୁଛନ୍ତି। ମାଆର ବୟସ ହୋଇ ଯାଇଥିବାରୁ ଦୁଇ ଭଉଣୀ ନିଜେ କାମ କରି ମଣିଷ ହେବାକୁ ପଣ କରିଛନ୍ତି। ଦିନକୁ ୨୦୦ ଟଙ୍କା ମଜୁରିରେ କାମ କରୁଥିବା ଏହି ଦୁଇ ଭଉଣୀ ପରିବାର ଚଳାଇବା ସହ ପାଠ ପଢ଼ା ପାଇଁ ଅର୍ଥ ସଞ୍ଚୟ କରି ଚାଲିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ଦୁଇ ଭଉଣୀ ସରକାରୀ ସହାୟତା ପାଇଁ ନିବେଦନ କରିବା ପରେ କଲେଜ ଫି’ ଏବଂ ବହି କିଣା ଖର୍ଚ୍ଚ ରେଡକ୍ରସ୍ ପାଣ୍ଠିରୁ ପ୍ରଦାନ କରିବାକୁ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଉଭୟ ଛାତ୍ରୀ ଚାହିଁଲେ ମାଗଣାରେ ପାଠ ପଢ଼ାଇବା ଦିଗେର ପଦକ୍ଷେପ ନେବାକୁ ମିଟସ୍ ଗ୍ରୁପ୍ ଅଧ୍ୟକ୍ଷ ବିଶ୍ବଜିତ୍ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe