Image Source: India Today
ଆସ୍କା: ଗଞ୍ଜାମ ଜିଲ୍ଲା ଆସ୍କାର ବହୁ ଚର୍ଚ୍ଚିତ ବସ୍ ମାଲିକ ତଥା ବିଜେଡି ନେତା ପ୍ରତାପ ପଲେଇଙ୍କୁ ହତ୍ୟା ଘଟଣାରେ ପୁଲିସ ଶନିବାର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରଛି। ଗିରଫ ଅଭିଯୁକ୍ତ ହେଲା ଶିବରାମ ସେଠି। ଏଥି ସହିତ ପୁଲିସ ଏଯାଏଁ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୂର୍ବରୁ ପୁଲିସ ୩ଟି ଟିମ୍ ଗଠନ କରିଥିଲା। ଗୋଟିଏ ଟିମ୍ ଜିଲ୍ଲା ଭିତରେ କାମ କରୁଥିବା ବେଳେ ଆଉ ଗୋଟିଏ ଜିଲ୍ଲା ବାହାର ଓ ଶେଷ ଟିମ ରାଜ୍ୟ ବାହାରକୁ ଯାଇଥିଲା।
ପୁଲିସ ୨୦୧୭ ଡିସେମ୍ବର ୫ରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆସ୍କା-କବିସୂର୍ଯ୍ୟନଗର ମଝିରୁ ସାଇ ଶଙ୍କର ଓ ସାର୍ପ ସୁଟର କୃଷ୍ଣଚନ୍ଦ୍ର ବେହେରାଙ୍କୁ ଗିରଫ କରିଥିବା ବେଳେ ମନୋରଞ୍ଜନ ନାହାକ ଓ ବିକ୍ରମ ଜେନାକୁ ସେମାନଙ୍କର ଘରୁ ଗିରଫ କରିଥିଲା। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ରବି ନାହାକ ଗିରଫ ହୋଇଥିଲା। ଗିରଫ ସମୟରେ ରବି ପାଖରୁ ୧୦ଟି ମୋବାଇଲ, ୨ଟି ମାଉଜର, ୬ଟି ଜୀବନ୍ତ ଗୁଳି, ଗୋଟିଏ ମୁଖା, ଗୋଟିଏ ହେଲମେଟ, ନଗଦ ୨୬୩୦ ଟଙ୍କା, ୨ଟି ମାଗାଜିନ୍ ଓ ୩ଟି ବାଇକ ଜବତ କରାଯାଇଥିଲା।
Follow Us