Onmanorama - Manoramaonline
ଭଦ୍ରକ: କୋଭିଡ ମହାମାରୀ ସମୟରେ ପଞ୍ଚାୟତ ସ୍ତରରେ ଖୋଲାଯାଇଥିବା କୋଭିଡ କେୟାର କେନ୍ଦ୍ରରେ ଠିକାରେ ନିଯୁକ୍ତି ପାଇ କାମ କରୁଥିବା ଜିଲ୍ଲାର ପ୍ରାୟ ୨୦୦ ସହରୁ ଉର୍ଦ୍ଧ୍ୱ ପଞ୍ଚାୟତର ୨୦୦ ଶହରୁ ଉର୍ଦ୍ଧ୍ୱ ଏ.ଏନ୍.ଏମ୍ କର୍ମୀଙ୍କୁ ଆଜକୁ ଅଢେଇ ମାସର ଦରମା ଦିଆଯାଇନାହିଁ। ଗତ ସେପ୍ଟେଟର ମାସରୁ ଦ୍ୱିତୀୟ ପର୍ଯ୍ୟାୟ ଏ.ଏନ୍.ଏମ୍ କର୍ମୀଙ୍କୁ ନିଯୁକ୍ତି ଦିଆଯାଇ ଥିଲେ ମଧ୍ୟ ସେମାନଙ୍କୁ ଟଙ୍କାଟିଏ ପ୍ରାପ୍ୟ ପ୍ରଦାନ କରା ନଯିବା ପରିତାପର ବିଷୟ। ଏହି ମହିଳା କର୍ମୀମାନେ ନିଜ ହାତରୁ ଖାଇ ଟଙ୍କା ଖର୍ଚ୍ଚ କରି ନିକଟସ୍ଥ ପଞ୍ଚାୟତ କରନା ବେଳେ କାମ କରୁଥିବା ବେଳେ ସେମାନଙ୍କ ପ୍ରାପ୍ୟ ପ୍ରଦାନ ସିଡିଏମଓ ନକରିବା ପରିତାପର ବିଷୟ ହୋଇଛି। ଆଜି ଏହି ଏ ଏନ୍ ଏମ୍ କର୍ମୀମାନେ ପ୍ରାପ୍ୟ ଦାବି କରି ଭଦ୍ରକ ସିଡିଏମଓଙ୍କ ଅଫସକୁ ଆସିଥିଲେ। ସେମାନଙ୍କୁ ପ୍ରାପ୍ୟ ପ୍ରଦାନ ନକଲେ ଆଗାମୀ ଦିନରେ ଜିଲ୍ଲାପାଳ ଓ ସିଡିଏମଓ ଙ୍କ ଅଫିସ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
Follow Us