ବାରିପଦାରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ଥାନାରେ ମାମଲା

Advertisment
ପାର୍ବଣ ପାଇଁ କଡ଼ା ବ୍ୟବସ୍ଥା: ୧୫୧ ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ

Representative Image

ବାରିପଦା: ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନଂ-୩, ୱାଲିଗଞ୍ଜର ଅଚ୍ୟୁତାନନ୍ଦ ମିସ୍ତ୍ରୀଙ୍କ ଘରୁ ପ୍ରାୟ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଟାଉନ୍ ଥାନାର ବରିଷ୍ଠ ଏସ୍ଆଇ ଅଜୟ ବାଗେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣାରେ ତାଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କ ଉପରେ ସନ୍ଦେହ କରି ଶ୍ରୀ ମିସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସମସ୍ତେ ତଳ ମହଲାରେ ଥିଲେ। ମାତ୍ର ଉପରମହଲାର ଯେଉଁ କୋଠରୀରୁ ଚୋରି ହୋଇଛି ଉକ୍ତ ରୁମ୍କୁ ଘରେ କାମ କରୁଥିବା ମହିଳାଜଣଙ୍କ ହିଁ ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଅଧିକ ତଦନ୍ତ ଜାରି ରହିଥିବା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe