ଅଗ୍ନିକାଣ୍ଡରେ ଜଳିଗଲା ୮୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ଆସବାବପତ୍ର

Advertisment
ଅଗ୍ନିକାଣ୍ଡରେ ଜଳିଗଲା ୮୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ଆସବାବପତ୍ର

ବୈପାରୀଗୁଡ଼: ଅଗ୍ନିକାଣ୍ଡ ଘଟି ରୋଷେଇ ଘର ଏବଂ ଗୁହାଳ ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୮୦ ହଜାରରୁ ଊର୍ଦ୍ଧ୍ଵ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ଲେପାଗୁଡା ଗ୍ରାମର ଧନପତି ଖରାଙ୍କ ଘରେ ନିଆଁ ଲାଗିଯାଇଛି। ରୋଷେଇ ସାରିବା ପରେ ଧନପତି ଏବଂ ତାଙ୍କ ସ୍ତ୍ରୀ ନିଜ ଡଙ୍ଗରକୁ ଯାଇଥିଲେ। ଗତକାଲି ତାଙ୍କ ଡଙ୍ଗରରୁ ନିଳଗିରି ଗଛ ସବୁ କଟା ଯାଇଥିଲା। ଗଛ କାଟିବା ପରେ ଦରକାର ଆସୁଥିବା ଛୋଟ ବଡ଼ ଡ଼ାଳ ସବୁକୁ ଜାଳେଣି ରୂପେ ବ୍ୟବହାର କରିବା ପାଇଁ ସଂଗ୍ରହ ନିମନ୍ତେ ଦୁହେଁ ନିଜ ଡଙ୍ଗରକୁ ଯାଇଥିଲେ। ସେମାନଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଧନପତିଙ୍କ ବଡ଼ ଭାଇଙ୍କ ଘର ପାଖରେ ଖେଳୁଥିଲେ। ଧନପତିର ବାପା ଅର୍ଜୁନ ଧନପତିର ଘରୁ ଧୁଆଁ ଉଠୁଥିବା ଦେଖି ଗାଆଁ ଲୋକଙ୍କୁ ଡ଼ାକ ପକାଇଥିଲେ। ଗାଁ ଲୋକମାନେ ଏକାଠି ହେବି ବେଳକୁ ନିଆଁ ରୋଷେଇ ଘର ଏବଂ ଗୁହାଳକୁ ନିଆଁ ମାଡିଯାଇଥିଲା।

publive-image

ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଆଖପାଖର ଆଉ ଚାରି ପାଞ୍ଚ ଘରକୁ ନିଆଁ କବଳରୁ ରକ୍ଷା କରିଥିଲେ। ତେବେ ଧନପତିଙ୍କ କହିବା ଅନୁଯାୟୀ ରୋଷେଇ ଘରେ ରଖାଯାଇଥିବା ତିନୋଟି ସାଇକେଲ, ଚାରି ବସ୍ତା ଧାନ, ଦୁଇ ବସ୍ତା ଚାଉଳ, ଦୁଇ ବସ୍ତା ମକା, ଧାନ ଉଡାଇବା ଫେନ୍ ଏବଂ ଆସବାବପତ୍ର ପଡ଼ି ପାଉଁଶ ହୋଇଯାଇଛି। ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କାରୁ ଅଧିକ ସମ୍ପତ୍ତି ପଡ଼ି ପାଉଁଶ ହେଇଥିବା ଧନପତି ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ ଅନୁଦାନ ମିଳୁ ବୋଲି ଦାବି କରାଯାଇଛି। ଅଗ୍ନିଶମ ବାହିନୀର ଷ୍ଟେସନ ଅଫିସର କୁଶ ନାୟକ, ଗାଡ଼ି ଚାଳକ ଏ.ଓରାମ, ଆଗ୍ନିକ ପୂର୍ଣ୍ଣଚନ୍ଦ୍ର ଭୋଇ, ବି.ସି. ରେଡ୍ଡୀ, ତନ୍ମୟ ସେଠୀ ଏବଂ ଠାକୁର ଚାଲାଣ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe