ଭୁବନେଶ୍ୱର: ଆଜି ସକାଳେ ମଣ୍ଣିଂ ଓ୍ଵାକ ପାଇଁ କଳିଙ୍ଗ ଷ୍ଟାଡିୟମକୁ ଯାଇଥିବା ବେଳେ ଷ୍ଟାଡିୟମର ୮ ନମ୍ବର ଗେଟ୍ ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ହେଉଛି ଡମ୍ବରୁଧର ବେହେରା(୫୦ ବର୍ଷ)। ଆହତ ମହିଳାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। ଗତ କିଛି ଦିନ ହେବ ଆଇଏଏସ ଅଧିକାରୀମାନେ କଳିଙ୍ଗ ଷ୍ଟାଡ଼ିୟମକୁ ଖେଳିବାକୁ ଯାଉଥିବାରୁ ସାଧାରଣ ଲୋକଙ୍କୁ ଷ୍ଟାଡ଼ିୟମ ଭିତରକୁ ଛଡ଼ାଯାଉ ନ ଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଦୁର୍ଘଟଣା ଓ କଳିଙ୍ଗ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ଆଜି ସ୍ଥାନୀୟ ଅଞ୍ଚଳର ଲୋକେ ଓ ବରିଷ୍ଠ ନାଗରିକମାନେ ରାସ୍ତାରୋକ କରିଛନ୍ତି।
ମର୍ଣ୍ଣିଂ ଓ୍ଵାକ୍ରେ ଯାଇଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ରାସ୍ତାରୋକ
Advertisment
Follow Us