ସୁନ୍ଦରଗଡ଼: ଝାରସୁଗୁଡ଼ା ପୌର କର୍ମଚାରୀଙ୍କୁ ଭିଜିଲାନ୍ସ ପକ୍ଷରୁ ଘନଘନ ଜେରା କରାଯାଇଛି । କୋଭିଡ ସମୟରେ ମଶା ତେଲ ଓ ବ୍ଲିଚିଙ୍ଗ ପାଉଡର କିଣାର ତଦନ୍ତ ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଉଛି ।
ରାଉରକେଲା ଭିଜିଲାନ୍ସ ଏସ୍ପି ନରହରି ନାଏକଙ୍କ ନେତୃତ୍ୱରେ ତଦନ୍ତ ଜାରି ରହିଛି।ଝାରସୁଗୁଡା ପୌର ପରିଷଦରେ ମଶାତେଲ କିଣା ଦୁର୍ନୀତି ମାମଲାରେ ଭିଜିଲାନ୍ସ ତଦନ୍ତ କରାଯାଉଛି।
ଗୁରୁବାର ତଦନ୍ତର ସମ୍ମୁଖୀନ ହେଉଛନ୍ତି ପୌର ପରିଷଦ ଅକାଉଟାଣ୍ଟ ଅଚ୍ୟୁତାନନ୍ଦ ସ୍ୱାଇଁ ଓ ସାନିଟେସନ ଏକ୍ସପର୍ଟ ବିଶ୍ବରଞ୍ଜନ ସାହୁ। ପୂର୍ବତନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି ଓ ଯୋଗାଣକାରୀ ସଂସ୍ଥାର ଆଶୁତୋଷ ଶର୍ମାଙ୍କୁ ମଧ୍ୟ ଜେରା କରାଯାଉଛି।
ଅଧିକ ପଢ଼ନ୍ତୁ: ପଠାଣି ସାମନ୍ତଙ୍କ ଜନ୍ମସ୍ଥାନରେ ହେବ ପ୍ଲାନେଟାରିୟମ
ସୁନ୍ଦରଗଡ ଭିଜିଲାନ୍ସ ଅଫିସରେ ୩ କର୍ମଚାରୀଙ୍କୁ ଜେରା ଚାଲିଛି। ପ୍ରତି ମାସରେ ମଶାତେଲ ୭୭ ଟଙ୍କା ବଦଳରେ ଲିଟର ପିଛା ଅଧିକ ୭୪୦ ଟଙ୍କାର ୭ ହଜାର ୫ ଶହ ଲିଟର କିଣିଥିଲା ପୌର ପରିଷଦ। ଏହା ସହ ବ୍ଲିଚିଙ୍ଗ ପାଉଡର କିଣାରେ ବି ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି।
ଅଧିକ ପଢ଼ନ୍ତୁ: ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ମହଙ୍ଗା ପଡ଼ିଲା: ବିଦାହେଲେ ଅଙ୍ଗନବାଡି କର୍ମୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/12/13/ZBK5hkSpHEMZG5SyhN5R.jpeg)