ସଫଳ ଛତୁ ଚାଷୀ ପ୍ରମିଳା

Advertisment
ସଫଳ ଛତୁ ଚାଷୀ ପ୍ରମିଳା

ଝାରସୁଗୁଡ଼ା: ଅବସର ସମୟରେ ନିଜକୁ କୌଣସି କାମରେ ନିୟୋଜିତ କରିବାର ଲକ୍ଷ୍ୟ ନେଇ ମାତ୍ର ୨ ବର୍ଷ ତଳେ ଛତୁ ଚାଷ ଆରମ୍ଭ କରିଥିବା ଏକାତାଲିର ପ୍ରମିଳା ସାହୁ ଆଜି ଜଣେ ସଫଳ ଛତୁ ଚାଷୀ ଭାବେ ବେଶ୍ ପରିଚିତ ଅର୍ଜନ କରିପାରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ନିଜକୁ ସାମିଲ୍ କରି ସେ ଦୈନିକ ୨୦ରୁ ୨୫ କେଜି ଛତୁ ଉତ୍ପାଦନ କରିପାରୁଛନ୍ତି। ସବୁ ଖର୍ଚ୍ଚକୁ ବାଦ୍ ଦେଇ ସେ କେଜି ପ୍ରତି ଅନ୍ୟୁନ ୫୦ ଟଙ୍କା ଲାଭ କରିପାରୁଥିବା ବେଳେ ଏଭଳି ଏକ ଚାଷରେ ନିଜର ଅବସର ସମୟ କାଟି ବେଶ୍ ଖୁସି ମଧ୍ୟ ଅନୁଭବ କରିପାରୁଛନ୍ତି।

ପ୍ରମିଳାଙ୍କ ଏହି ବ୍ୟବସାୟରେ ତାଙ୍କ ସ୍ବାମୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ସାହୁ ମଧ୍ୟ ସହଯୋଗ କରୁଛନ୍ତି। ପ୍ରମିଳା ନିଜ ଘର ବାରିପଟେ ଥିବା ଖାଲିସ୍ଥାନରେ ନେଟ୍ ଲଗାଇ ଏହି ଛତୁ ଚାଷ କରୁଛନ୍ତି। ଏଥିପାଇଁ ସେ ୨ଟି ସେଡ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି। ପ୍ରତିଟି ସେଡ୍‌ରେ ଅନ୍ୟୁନ ୫ଟି ଧାଡ଼ି ରହୁଥିବା ବେଳେ ପ୍ରତି ଧାଡ଼ିରେ ୩୦ଟି ଲେଖାଏ ନଡ଼ାର ଶଯ୍ୟା ରହୁଛି। ସମ୍ବଲପୁରରୁ ନଡ଼ା ଆମଦାନୀ କରି ନିଜ ଘର ପାଖରେ ଗଚ୍ଛିତ ରଖିବା ସହ ସେ ଏହି ବ୍ୟବସାୟ ଚଳାଇଛନ୍ତି। ତେବେ ପ୍ରମିଳାଙ୍କ ଦ୍ବାରା ଉତ୍ପାଦିତ ଏହି ଛତୁର ଚାହିଦା ଏତେ ଅଧିକ ରହିଛି ଯେ, ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଲୋକେ ଆସି ତାଙ୍କ ଘରୁ ନେଇ ଯାଇଥାନ୍ତି। ଖୁବ୍ ଶୀଘ୍ର ସେ ଭର୍ମି କମ୍ପୋଷ୍ଟ ପ୍ରସ୍ତୁତ କରିବା ପାଇଁ ବି ଏକ ନୂଆ ପ୍ରକଳ୍ପ ହାତକୁ ନେଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe