ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ ମା’-ଝିଅ

Advertisment
୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ରାଇରଂଗପୁର: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମା’-ଝିଅଙ୍କର ମୃତ୍ୟୁ ହୋଇଛି। ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ବାଦାମପାହାଡ଼ ଥାନା ତାଳଡିହା ଗ୍ରାମରେ ଗତକାଲି ରାତିରେ ଘରେ ଲାଗିଥିବା ସର୍ଭିସ ତାରରେ ବାଙ୍ଗି କିସ୍କୁ (୬୦)ଙ୍କ ହାତ ଲାଗି ଯିବାରୁ ଜୋରରେ ଆଘାତ ଲାଗିଥିଲା। ତାଙ୍କ ଝିଅ ରାଇମାତ ହେମ୍ବ୍ରମ (୨୬) ବଞ୍ଚାଇବାକୁ ଯାଇ ହାତରେ ଛୁଇଁ ପକାଇ ଥିଲେ। ତାଙ୍କୁ ମଧ୍ୟ ବିଦ୍ୟୁତ ଝଟକା ଲାଗିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଜି ସକାଳୁ ସୁଲେଇପାଟ ଫାଣ୍ଡି ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ପରେ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe