Unsplash
ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର ଗାଁରେ ଗତ କାଲି ମା’ ଓ ଝିଅ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯିବା ସହ ପୁଅ ଗୁରୁତର ହୋଇଥିବା ଘଟଣାକୁ ନେଇ ବୁଧବାର ସ୍ଥାନୀୟ ପୁଲିସ ମଶାଣିରୁ ପାଉଁଶ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଗୋପାଳପୁର ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର ଗାଁ ପୋଖରୀହୁଡ଼ା ସାହିରେ ଗତ କାଲି (ମଙ୍ଗଳବାର) ପାରିବାରିକ କଳହକୁ ନେଇ ଗୋପାଳ ବେହେରାଙ୍କ ପରିବାରରେ ଏକ ଅଭାବନୀୟ ଘଟଣା ଘଟିଥିଲା। ତେବେ ଗତ ସୋମବାର ଦିନ ଗୋପାଳ ଓ ସ୍ତ୍ରୀ କୁସୁମଙ୍କ ସହ ପାରିବାରିକ କଳହକୁ ନେଇ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ହୋଇଥିଲା।
ANI Newsତେବେ ଏଥିରେ କୁସୁମ ଉତକ୍ଷିପ୍ତ ହୋଇ ପଡିଥିଲେ। ଗତ କାଲି ଗୋପାଳ ପୂର୍ବାହ୍ନ ସାଢେ ୧୧ ଟାରେ ବିଲକୁ କାମ କରିବାକୁ ଯାଇଥିବାର ସୁଯୋଗ ନେଇ ଘରେ କୁସୁମ ଦୁଇ ପୁଅ ଓ ଝିଅ ସମେତ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ନିଆଁରେ ଘଟଣାସ୍ଥଳରେ ମା ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସୌଭାଗ୍ୟବଶତଃ ଏହି ନିଆଁରେ ପୁଅଟି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇ ଗୁରୁତର ଆହତ ହୋଇପଡ଼ିଥିଲା।
ତେବେ ଏହି ଘଟଣା ସମ୍ପର୍କରେ ଗୋପାଳ ବେହେରା ଖବର ପାଇ ତୁରନ୍ତ ଘରେ ପହଞ୍ଚି ପୁଅକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଅପରପକ୍ଷରେ ମା ଓ ଝିଅଙ୍କ ଦଗ୍ଧ ହୋଇଯାଇଥିବା ମୃତହେଦହକୁ ଘର ଲୋକେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିଲେ। କିନ୍ତୁ ଆଜି ସ୍ଥାନୀୟ ଆଇଆଇସି ରଶ୍ମିରଞ୍ଜନ ଦାଶ, ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସକ ବୈଦ୍ୟନାଥ ନନ୍ଦ, ଡାକ୍ତର ଦୀପକ ପାତ୍ର ଓ ସେକେଣ୍ଡ ଅଫିସର ପ୍ରୀତିପ୍ରକାଶ ମହାନ୍ତି ପ୍ରମୁଖ ମଶାଣିରେ ପହଞ୍ଚି ପାଉଁଶ ଜବତ କରିଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
Follow Us