ଆସ୍କା: ଟ୍ରକ୍‌ ଧକ୍କାରେ ମାଆଝିଅ ମୃତ

Advertisment
ଆସ୍କା: ଟ୍ରକ୍‌ ଧକ୍କାରେ ମାଆଝିଅ ମୃତ

ଆସ୍କା: ଆଜି ଦିନ ପ୍ରାୟ ୧୦ଟା ବେଳେ ଆସ୍କା- କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତାର ମୁକୁନ୍ଦପୁର ଛକରେ ଏକ ଟ୍ରକ୍‌ ପଛପଟୁ ଏକ ମୋପେଡ୍‌କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମାଆଝିଅଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଖା କରୁଛି।
ମିଳିଥିବା ସୂଚନା ଅନୁଯାୟୀ,ଆଜି ସକାଳେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ମାଗୁରା ଗ୍ରାମର ଜି ସାର୍କିଲ ରେଡି,(୪୫ ବର୍ଷ) , ତାଙ୍କ ପତ୍ନୀ ଜି କୁନ୍ତଳା ରେଡ୍ଡି(୪୦ ବର୍ଷ) ଓ ୧୨ ବର୍ଷର ଝିଅ ଜି ନିକିତା ରେଡ୍ଡି ଓଡି ୩୨ଏ୧୦୬୩ ନମ୍ବର ଟିଭିଏସ ମୋପେଡ ଯୋଗେ ଆସ୍କାକୁ ଆସୁଥିବା ବେଳେ ପଛପଟୁ ସେମାନଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଜି ସର୍କିଲ ରେଡ୍ଡି ରାସ୍ତା ତଳକୁ ଖସି ପଡ଼ିଥିବାବେଳେ ନିକିତା ଓ କୁନ୍ତଳା ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ।  ଟ୍ରକଟି ନିକିତାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ନିକିତାଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର କୁନ୍ତଳାଙ୍କୁ  ଆସ୍କା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠରେ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe