ସାପ କାମୁଡାରେ ମା-ଝିଅ ମୃତ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ରିଷା ଭୂଇଁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାପ କାମୁଡାରେ ମା-ଝିଅଙ୍କ ଜୀବନ ଚାଲିଯାଇଛି । ସକାଳ ୬ଟାରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ।

ଅଦ୍ୟତନ ହୋଇଛି
Mother and daughter died of snake bite

ଗଞ୍ଜାମ କନ୍ଧମାଳ ସୀମାନ୍ତ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ଅଧୀନ ନିଶାଭୁଇଁ ଗ୍ରାମରେ ସର୍ପ ଦଂଶନରେ ଗୁରୁବାର ମା’ ଆଉ ଝିଅର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ମୃତ ଦୁଇଜଣ ହେଲେ ଗୁରୁବାରି ନାୟକ (୩୫) ଏବଂ ତାଙ୍କ ଝିଅ ସୁବି ନାୟକ। ସୂଚନା ଅନୁଯାୟୀ, ଲଡୁ ନାୟକଙ୍କ ପତ୍ନୀ ଗୁରବାରି ଏବଂ ଝିଅ ସୁବି ଗତକାଲି ରାତିରେ ଶୋଇଥିଲେ।

ଗୁରୁବାର ସକାଳେ ଉଠି ଗୋଡ଼କୁ କଣ କାମୁଡ଼ି ଦେଲା ବୋଲି ସ୍ବାମୀଙ୍କୁ କହିଥିଲେ। ଏହାର କିଛି ସମୟ ପରେ ଗୁରୁବାରି ଅଚେତ ହୋଇ ପଡିଥିଲେ। ଏହା ପରେ ଝିଅ ସୁବି ମଧ୍ୟ ଅଚେତ ହୋଇପଡ଼ିଥିଲେ।

ଅଧିକ ପଢ଼ନ୍ତୁ: ନନ୍ଦନକାନନରେ ୪ ସିଂହ ଶାବକ ଜନ୍ମ: ସଂଖ୍ୟା ୨୫କୁ ବୃଦ୍ଧି

ସକାଳ ୬ଟାରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ: ନିର୍ବାଚନ ଆସିବ ଓ ଯିବ; ମୋର ବାସ୍ତବ ବିଜୟ ହେଉଛି...

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।ଭଞ୍ଜନଗର ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe