ଦାଦନ ଖଟି ଯିବେ ବାପା-ମା’:ସରକାରଙ୍କ ହାତକୁ ଟେକିଦେଲେ ୨ ମାସର ଶିଶୁକନ୍ୟା

Advertisment

ମା’ର ମମତା ଆର୍ଥିକ ଅବସ୍ଥା ଆଗରେ ହାର୍ ମାନିଛି। ନିଜ ଜନ୍ମକଲା ଛୁଆକୁ ଭଲରେ ମୁଠେ ଖାଇବାକୁ ଦେଇପାରିବାକୁ ଅକ୍ଷମ ଥିବା ଦର୍ଶାଇ ବାପା-ମା’ ୨ମାସର ଶିଶୁକନ୍ୟା ସରକାରଙ୍କ ହାତକୁ ଟେକି ଦେଇଛନ୍ତି। ସରକାରଙ୍କ ପାଖରେ ଶିଶୁକନ୍ୟାକୁ ଛାଡି ସେମାନେ ପେଟ ପାଇଁ ଦାଦନ ଖଟି ଯିବେ...

ମା’ର ମମତା ଆର୍ଥିକ ଅବସ୍ଥା ଆଗରେ ହାର୍ ମାନିଛି। ନିଜ ଜନ୍ମକଲା ଛୁଆକୁ ଭଲରେ ମୁଠେ ଖାଇବାକୁ ଦେଇପାରିବାକୁ ଅକ୍ଷମ ଥିବା ଦର୍ଶାଇ ବାପା-ମା’ ୨ମାସର ଶିଶୁକନ୍ୟା ସରକାରଙ୍କ ହାତକୁ ଟେକି ଦେଇଛନ୍ତି। ସରକାରଙ୍କ ପାଖରେ ଶିଶୁକନ୍ୟାକୁ ଛାଡି ସେମାନେ ପେଟ ପାଇଁ ଦାଦନ ଖଟି ଯିବେ...

10ammmnnx--12

ବଲାଙ୍ଗୀର: ମା’ର ମମତା ଆର୍ଥିକ ଅବସ୍ଥା ଆଗରେ ହାର୍ ମାନିଛି। ନିଜ ଜନ୍ମକଲା ଛୁଆକୁ ଭଲରେ ମୁଠେ ଖାଇବାକୁ ଦେଇପାରିବାକୁ ଅକ୍ଷମ ଥିବା ଦର୍ଶାଇ ବାପା-ମା’  ୨ମାସର ଶିଶୁକନ୍ୟା ସରକାରଙ୍କ ହାତକୁ ଟେକି ଦେଇଛନ୍ତି।

ସରକାରଙ୍କ ପାଖରେ ଶିଶୁକନ୍ୟାକୁ ଛାଡି ସେମାନେ ପେଟ ପାଇଁ ଦାଦନ ଖଟି ଯିବେ। ଏପରି ଏକ କରୁଣ ଦୃଶ୍ୟ ବିଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ବାପା-ମା’ବଲାଙ୍ଗୀର ଶିଶୁମଙ୍ଗଳ ସମିତି ହାତରେରେ ଶିଶୁକନ୍ୟା ଟେକି ଦେଇଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ସାନଗୁରଜିଭଟା ଗାଁର ଦମ୍ପତି ନିଜର ଶିଶୁକନ୍ୟାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପରେ ଜିଲ୍ଲା ପ୍ରଶାସନ ଶିଶୁକନ୍ୟାକୁ ରାୟପୁରର ଘରୋଇ ହସପିଟାଲରୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଶିଶୁକନ୍ୟାର ବାପାକୁ ଅଟକ ରଖିବା ସହ ୩ ଜଣଙ୍କୁ ପୁଲିସ ଗିରଫ କରିଥିଲା।

ପରେ ଜିଲ୍ଲା ପ୍ରଶାସନ ଶିଶୁକନ୍ୟାକୁ ନିଜ ମା’କୁ ହସ୍ତାନ୍ତର କରିଥିଲା। ଏହା ସହ ଶିଶୁକନ୍ୟାର ବାପାକୁ ପୁଲିସ ଛାଡ଼ି ଦେଇଥିଲା। ଏବେ ଏହି ଦମ୍ପତି ନିଜର ପେଟ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାହାରିଛନ୍ତି। ଏଥିପାଇଁ ନିଜର ଶିଶୁକନ୍ୟାକୁ ସରକାରଙ୍କ ହାତକୁ ଟେକି ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ମହିଳା ଅଭିଯୁକ୍ତ ଗିରଫ

ଶିଶୁକନ୍ୟାର ମା’ କହିଛନ୍ତି, ଆମ ଝିଅକୁ ସରକାରଙ୍କୁ ଦେଇଦେଲୁ। ଝିଅକୁ ଦେଇ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯିବୁ। ଆମେ ଆମ ପିଲାକୁ ବିକ୍ରି କରି ନ ଥିଲୁ।

ଆମ ଛୁଆ ଭଲରେ ରହିବ ବୋଲି  ଅନ୍ୟକୁ ଦେଇଦେଇଥିଲୁ। ଆମେ ଗରିବ ଲୋକ। ୬ମାସ ଦାଦନ ଖଟିବାକୁ  ବାହାରକୁ ଯାଉ, ଆଉ ୬ମାସ ଘରେ ରହିଥାଉ। ଏବେ ଆମ ପିଲାର ଦାୟିତ୍ବ ସରକାରଙ୍କର ବୋଲି ମା’କୋହଭରା କଣ୍ଠରେ କହିଛନ୍ତି।

ଅଧିକ ପଢ଼ନ୍ତୁ: ସିରିଆରେ ଭାରତୀୟଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଲା ଭାରତ ବିଦେଶ ମନ୍ତ୍ରାଳୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe