ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ବସୁଲେଇ କେନାଲ ରାସ୍ତାରେ ଆଜି ଅପରାହ୍ଣରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଋଣ ଉଠାଇବା ଲାଗି ବ୍ୟାଙ୍କକୁ ଯାଉଥିବା ମା’ ଓ ପୁଅଙ୍କୁ ଏକ ବୋଲେରୋ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ମହିଳାଙ୍କର ନାମ କଳାବତୀ ନାଏକ ଓ ପୁଅ କୁନା ନାଏକ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ବସୁଲେଇ ଗାଁର କଳାବତୀ ନାଏକ ଆଜି ନିଜ ବ୍ୟାଙ୍କରୁ ଟଙ୍କାଉଠାଇବା ଲାଗି ନିଜ ପୁଅ କୁନାଙ୍କ ସହିତ ବାଇକରେ ଯାଉଥିଲେ। ବ୍ୟାଙ୍କ ଯିବା ରାସ୍ତାରେ ବସୁଲେଇ କେନାଲ ରାସ୍ତାରେ ଏକ ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମା’ ଓ ପୁଅଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ପୁଲିସ ପହଞ୍ଚିଥିଲା। ମୃତଦେହ ଜବତ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
Follow Us