୩ମାସ ହେବ ୧୧ବର୍ଷର ପୁଅ ସହ ମହିଳା କଟକରେ ନିଖୋଜ

Advertisment
୩ମାସ ହେବ ୧୧ବର୍ଷର ପୁଅ ସହ ମହିଳା କଟକରେ ନିଖୋଜ

ଜୟପୁର: ଗତ ଏପ୍ରିଲ ୨୩ତାରିଖ ଦିନ ଜୟପୁର ଟାଉନଥାନା ଅର୍ନ୍ତଗତ ଡଙ୍ଗାଗୁଡାର ପ୍ରଦ୍ୟୁମ୍ନ ନନ୍ଦଙ୍କ ପତ୍ନୀ ଶର୍ମିଷ୍ଠା ବିଷୋଇ(୩୫) ଓ ୧୧ବର୍ଷର ପୁଅ ରୁଦ୍ରାଂଶକୁ ଧରି ଚାକିରି କରିବାକୁ କଟକ ଯାଇଥିଲେ। ସେବେ ଠାରୁ ମା ଓ ପୁଅ ଦୁହେଁ ନିଖୋଜ ଥିବା ଟାଉନଥାନାରେ ଅଭିଯୋଗ କରିଛନ୍ତି ପ୍ରଦ୍ୟୁମ୍ନ। ପ୍ରଦ୍ୟୁମ୍ନ, ତାଙ୍କ ଶଳା ସାଗର ଭୁବନେଶ୍ବର, କଟକ, ଓ ବାଲେଶ୍ବର ଯାଇ ବହୁ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ। ଏହା ପରେ ଏ ନେଇ କଟକ ମାଲଗୋଦାମ ଥାନାରେ ବି ଅଭିଯୋଗ କରି ପୁଲିସ ସହଯୋଗରେ ବି ଖୋଜିଥିଲେ ହେଁ ପାଇନଥିଲେ। ମା ଓ ପୁଅ ଧରିଥିବା ମୋବାଇଲ୍ ଫୋନ ସେ ଦିନରୁ ସୁଇଚ୍ ଅଫ ରହିଛି।

ମିଳିଥିବା ସୂଚନା ମୁତାବକ, ଏପ୍ରିଲ ୨୨ତାରିଖ ଦିନ ପ୍ରଦ୍ୟୁମ୍ନ ଶର୍ମିଷ୍ଠାଙ୍କୁ ଲିଙ୍ଗରାଜନଗରରେ ଥିବା ଶ୍ବଶୁର ସୁଦର୍ଶନ ବିଷୋଇଙ୍କ ଘରେ ଛାଡ଼ିକି ଆସିଥିଲେ। ତା ପର ଦିନ ଅର୍ଥାତ ୨୩ତାରିଖରେ ଶର୍ମିଷ୍ଠା ପାରାବେଡ଼ାରେ ରହୁଥିବା ତାଙ୍କ ସାଙ୍ଗ ଘରକୁ ସାଙ୍ଗର ଛୁଅର ଜନ୍ମଦିନ ଉତ୍ସବରେ ଭାଗ ନେବାକୁ ଯାଇଥିଲେ। ସେଠାରୁ ଶର୍ମିଷ୍ଠା ଘରେ କାମ ରହିଥିବା କହି ଅଟୋରେ ପୁଅକୁ ଧରି ବାହାରିଥିଲେ। ଏହା ପରେ ସେ ବସ ଯୋଗେ କଟକ ପଳାଇଥିଲେ।

ସେ କଟକ ଚାକିରି କରିବାକୁ ଯିବା ସଂପର୍କରେ ପ୍ରଦ୍ୟୁମ୍ନ କିଛି ଜାଣି ନଥିଲେ। ରାୟଗଡ଼ା ଯିବା ପରେ ସେ ତାଙ୍କ ବାପା ସୁଦର୍ଶନଙ୍କୁ ଫୋନ କରି ଚାକିରି କରିବାକୁ ସେ ବାଲେଶ୍ବର ଯାଉଥିବା କହିଥିଲେ। ସୁଦର୍ଶନ ପୁଅ ସାଗର ଓ ଜ୍ୱାଇଁଙ୍କୁ ଏସଂପର୍କରେ ଜଣାଇଥିଲେ। ସାଗର ଗୋଟିଏ କାର କରି ପିଛା କରିଥିଲେ ହେଁ ବସକୁ ସେ ଧରି ପାରିନଥିଲେ। ତା ପଅରଦିନ ସକାଳ ସାଢ଼େ ୭ଟାରୁ ୮ଟା ମଧ୍ୟରେ ଶର୍ମିଷ୍ଠା ଗନ୍ତବ୍ୟ ସ୍ଥଳରେ ପହଚିଂଯାଇଥିବା କହିବା ସହ ଲକଡାଉନ୍ ଓ ସଟଡାଉନ୍ ଚାଳିଥିବାରୁ ୧୪ଦିନର ସଂଗରୋଧରେ ରହିବାକୁ ପଡ଼ିବ ଏବଂ ଏହାରି ମଧ୍ୟରେ ଆଉ ଫୋନ ଲାଗି ନ ପାରେ ବୋଲି ବାପା ଓ ସ୍ବାମୀ ପ୍ରଦ୍ୟୁମ୍ନକୁ କହିଥିଲେ। ସେ ଦିନ ଠାରୁ ଆଉ ମୋବାଇଲକୁ ବାରମ୍ବାର ଯୋଗାଯୋଗ କରିବାରେ ଲାଗୁ ନଥିବା କହିଛନ୍ତି ବାପା ସୁଦର୍ଶନ, ଭାଇ ସାଗର ଓ ସ୍ବାମୀ ପ୍ରଦ୍ୟୁମ୍ନ। ମେ ୫ତାରିଖରେ ଏ ନେଇ ଟାଉନଥାନାରେ ଏତଲା ଦେଇଥିଲେ।

ମୋବାଇଲ୍ ନଂକୁ ଟ୍ରାକ କରିବାରେ ମାଲଗୋଦାମ ଥାନା ଅଂଚଳରେ ସୁଇଚ୍ ଅଫ୍ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଆଉ ଥରେ ସ୍ବାମୀ, ଭାଇ କଟକ ମାଲଗୋଦାମ ଥାନାରେ ବି ଅବଗତ କରିଥିଲେ। ବହୁ ଖୋଜାଖୋଜି କରି ଫେରିଥିଲେ ହେଁ କିଛି ଖୋଜ ଖବର ମିଳିନି। ଗତ ୩ମାସ ହେବ ରାତି ଦିନ ଆମେ ଠିକରେ ଶୋଇ ପାରୁନୁ ବୋଲି କହିଛନ୍ତି ବାପା, ମା, ୨ ଭାଇ ଓ ସ୍ବାମୀ। ଘରକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି ଏମାନେ। ତେବେ ତିନି ମାସ ହେବ ଜଣେ ମହିଳା ଓ ୧୧ବର୍ଷର ପିଲା ନିଖୋଜ ହୋଇଥିବା ବେଳେ ଏହାକୁ ପ୍ରଶାସନ ଗୁରୁତର ସହ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। କେଉଁ ପରିସ୍ଥିତିରେ ଓକାହିଁକି ଶର୍ମିଷ୍ଠା ମୋବାଇଲ୍ ଫୋନକୁ ସୁଇଚ୍ ଅଫ୍ କଲେ ତାହାକୁ ନେଇ ବି ତଦନ୍ତ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe