ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ବଣ୍ଡାଦୋରା ଗାଁକୁ ରାସ୍ତା ନାହିଁ। ଏହି କାରଣରୁ ୩ କିମି ଖଟିଆ ସାହାଯ୍ୟରେ ଆଣିବା ବେଳେ ଜଣେ ଗର୍ଭବତୀଙ୍କ ପ୍ରସବ ହୋଇଛି।

ସୂଚନା ଅନୁସାରେ, ବଣ୍ଡାଦୋରା ଗାଁର ଲକ୍ଷ୍ମୀ ମାଝିଙ୍କୁ ଗର୍ଭଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ଖବର ପାଇ ୧୦୨ ଆମ୍ବୁଲାନ୍ସ ଗର୍ଭବତୀଙ୍କୁ ନେବା ପାଇଁ ଆସିଥିଲା। କିନ୍ତୁ ଗାଁକୁ ରାସ୍ତା ନଥିବାରୁ ୩ କିମି ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା।

ଏହାପରେ ଆମ୍ବୁଲାନ୍ସ ଚାଳକ ପରକୀତ ନାୟକ ଗାଁକୁ ଯାଇ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଲକ୍ଷ୍ୟକରି ତୁରନ୍ତ ମେଡିକାଲ୍ ନେବା ଜରୁରୀ ବୋଲି କହିଥିଲେ। କୌଣସି ଉପାୟ ନପାଇ ଖଟିଆ ଯୋଗାଡ କରି ସେ ଜଣେ ଗାଁ ଲୋକଙ୍କ ସାହାଯ୍ୟରେ ଗର୍ଭବତୀଙ୍କୁ ନଇନାଳ ଓ ଖାଳଖମା ରାସ୍ତାରେ ବୋହି ଆଣିଥିଲେ। ଏହି ସମୟରେ ମହିଳା ଜଣକ ଖଟିଆରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ଏହାପରେ ତାଙ୍କୁ ଆମ୍ବୁଲାନ୍ସରେ ଆଣି ଡଙ୍ଗାସିଲ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଉଭୟ ମା’ ଓ ଶିଶୁକନ୍ୟା ସୁସ୍ଥ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe