Advertisment

ଦେବଗଡ଼: ଶିଶୁକୁ ଧରି ନିଆଁ ଲଗାଇ ମା’ର ଆତ୍ମହତ୍ୟା ଉଦ୍ୟମ!

Advertisment
ଦିଲ୍ଲୀରେ ପୁଣି ନିଆଁ : ମୁଣ୍ଡୁକା ଅଞ୍ଚଳରେ ଲାଗିଛି ନିଆଁ, ନିଆଁ ଲିଭାଇବାକୁ ୧୨ଟି ଦମକଳ ଗାଡି ନିୟୋଜିତ

WMTW.com

ଦେବଗଡ଼: ପ୍ରଥମେ ନିଜ ଦେହରେ କିରୋସିନ ଢାଳିବା ପରେ ନିଜ ପାଖରେ ଥିବା ତିନିବର୍ଷର ଶିଶୁକୁ ଧରି ମା’ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛି। ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଚଛୁପାଲି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମା’ ଓ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକ ପ୍ରଥମେ ଦେବଗଡ଼ ମୁଖ୍ୟଚିକିତ୍ସାଳୟ ପରେ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଚଛୁପାଲି ଗ୍ରାମର ଗୋବର୍ଦ୍ଧନ ଓରାମଙ୍କ ସ୍ତ୍ରୀ ସୁକାନ୍ତି ଓରାମ ନିଜର ତିନିବର୍ଷର ଝିଅ ଜୁଲିକୁ ଧରି ସଂଧ୍ୟା ସମୟରେ କୌଣସି କାରଣରୁ କିରୋସିନ ଢାଳି ନିଜ ଦେହରେ ନିଆଁ ଲାଗାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ସେମାନଙ୍କର ପାଟିଶୁଣି ଗୋବର୍ଦ୍ଧନ ଓ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଉଭୟ ମା’ ଓ ଶିଶୁକୁ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଅବସ୍ଥାସଂଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଖବରପାଇ ଦେବଗଡ଼ ସିଡିଏମଓ ଡଃ. ଜଗଦୀଶ ଚନ୍ଦ୍ର ବାରିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ପଂହଚିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏ ଘଟଣା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିବା ପରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସାପାଇଁ ଜିଲ୍ଲାପାଳ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ନିଜର ସ୍ତ୍ରୀ ସୁକାନ୍ତିର ମାନସିକ ବିକୃତି ଥିବା ଅଭିଯୋଗ କରିଛନ୍ତି ସ୍ୱାମୀ ଗୋବର୍ଦ୍ଧନ ଓରାମ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାର ପ୍ରକୃତ କାରଣ ସଂପର୍କରେ ଜଣାପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe