ଝିଅ ଆତ୍ମହତ୍ୟାର ୧୭ ଦିନ ପରେ ବିଷ ପିଇ ଜୀବନ ହାରିଲା ମାଆ

Advertisment
ଭୟ..... ଅପମାନ‌...: ରଶିରେ ଝୁଲିପଡ଼ିଲେ ଦୁଇ ଝିଅ

Photo: Representative

ବାଲେଶ୍ୱର: ୧୭ ଦିନ ପୂର୍ବରୁ ନାବାଳିକା ଝିଅ ବିଷ ପିଇ ଆତ୍ମହତ୍ୟା କରିଥିଲା। ଗତକାଲି ସନ୍ଧ୍ୟାରେ ତାର ମା ବି ବିଷପିଇ ଆତ୍ମହତ୍ୟା କରିଛି। ଘଟଣା ପଛର କାରଣ କିଛି ଜଣା ପଡ଼ିନାହିଁ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ କସବା ଜୟପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି।

ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ କସବା ଜୟପୁର ଗ୍ରାମର ବୃନ୍ଦାବନ ମଳିକଙ୍କ ପତ୍ନୀ ସୁମତି ମଳିକ ବିଷପିଇ ଆତ୍ମହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖନ୍ତାପଡ଼ା ହସ୍ପିଟାଲ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରରଖାନା ଅଣାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ତାଙ୍କ ସ୍ବାମୀଙ୍କ କହିବା ଅନୁସାରେ ସେ ଜଣେ ଦିନ ମଜୁରିଆ କାମଧନ୍ଦା କରନ୍ତି। ତାଙ୍କର ୧୫ବର୍ଷର ନାବାଳିକା ଝିଅ ୧୭ଦିନ ଆତ୍ମହତ୍ୟା କରିବା ପରେ ପତ୍ନୀ ସୁମତି ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଗତକାଲି ବୃନ୍ଦାବନ ଘରେ ନଥିବାବେଳେ ପୁଣି ପତ୍ନୀ ଆତ୍ମହତ୍ୟା କରିଥିବା ପ୍ରକାଶ କରିଥିଲେ। ଏବେ କେବଳ ତାଙ୍କ ସାହା ଭରସା ଭାବେ ପାଖରେ ତାଙ୍କର ୭ବର୍ଷର ପୁଅଟିଏ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe