ଟ୍ରକ ଚାପାରେ ମହିଳାଙ୍କ ମୃତ୍ୟୁ ଘଟଣା: ମୃତ ମହିଳାଙ୍କ ୩ ସନ୍ତାନକୁ ଯତ୍ନ ଓ ସୁରକ୍ଷା ନେଇ ପଦକ୍ଷେପ

Advertisment
ଟ୍ରକ ଚାପାରେ ମହିଳାଙ୍କ ମୃତ୍ୟୁ ଘଟଣା: ମୃତ ମହିଳାଙ୍କ ୩ ସନ୍ତାନକୁ ଯତ୍ନ ଓ ସୁରକ୍ଷା ନେଇ ପଦକ୍ଷେପ

ମାଲକାନଗିରି: ମାଲକାନଗିରିରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ରିକ୍ଲାମେସନ କଲୋନୀର ପାର୍ବତୀ ପାଣିଗ୍ରାହୀ ଓ ତାର ୧୨ ବର୍ଷର ପୁଅ ସାଗର ଆହତ ହେବା ଖବର ପ୍ରସାରଣ ହେବା ସାଙ୍ଗେ ସାଙ୍ଗେ ଆଇନସେବା ପ୍ରାଧିକରଣର ସଚିବ ରାକେଶ କୁମାର ମୁଦୁଲି ପ୍ରାଧିକରଣର ମୁଖ୍ୟ ପ୍ରତିପକ୍ଷ ଅଧିବକ୍ତା ତଥା ପୂର୍ବତନ ଶିଶୁ କଲ୍ୟାଣ କମିଟିର ଅଧକ୍ଷ ଅଶୋକ କୁମାର ପଟ୍ଟନାୟକଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ।

ଅଶୋକ ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ଚାଇଲ୍ଡ ଲାଇନର ଅଧିକାରୀଙ୍କ ସହ ଯୋଗ କରି ଶିଶୁଙ୍କ ପୁନାର୍ବାସନ୍ନ ସହ ୩ ଜଣ ଶିଶୁଙ୍କୁ ବାତ୍ସଲ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରି ଆର୍ଥିକ ସାହାଯ୍ୟ ପାଇଁ ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରିବା ପାଇଁ ପରାମର୍ଶ ଦେଇଥିଲେ।ସେହିପରି ଅନ୍ୟାନ୍ୟ କ୍ଷତିପୁରଣ ଓ ସରକାରୀ ସୁବିଧା ପାଇଁ ସଂପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରି ଆଇନସେବା ପ୍ରାଧିକରଣକୁ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଉକ୍ତ ରିପୋର୍ଟ ଆଧାରରେ ପ୍ରାଧିକରଣ ଶିଶୁମାନଙ୍କ ଯତ୍ନ,ସୁରକ୍ଷା ତଥା ଆର୍ଥିକ ସାହାଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe