ମୁରିବାହାଲ: ଜ୍ୱାଇଁଙ୍କୁ ଆକ୍ରମଣରୁ ରକ୍ଷା କରିବାକୁ ଯାଇ ଶାଶୁଙ୍କ ପ୍ରାଣଗଲା

ଅଦ୍ଭୁତ କୁକୁର ପ୍ରେମ : କୁକୁର ପାଇଁ ପଡ଼ୋଶୀଙ୍କୁ କୁରାଢ଼ୀରେ ହାଣି ହତ୍ୟା

The Indian Express

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମରେ ଗତକାଲି ରାତିରେ ଆକ୍ରମଣକାରୀଙ୍କ ଠାରୁ ନିଜ ଜ୍ୱାଇଁଙ୍କୁ ବଞ୍ଚାଇବାକୁ ଯାଇ ଜଣେ ମହିଳାଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଡଙ୍ଗରପଡ଼ା ଗ୍ରାମର ମାର୍କଣ୍ଡ ନାୟକଙ୍କ ଝିଅଙ୍କୁ ନିକଟସ୍ଥ ବାରିବନ୍ଧ ଗ୍ରାମର ସୁଦାମ ଥାଟି ବିବାହ କରିବା ସହିତ ଶ୍ୱଶୁର ଘରେ ରହି ନିକଟସ୍ଥ ଅଞ୍ଚଳରେ କାମଧନ୍ଦା କରି ଚଳନ୍ତି। ଗତକାଲି ରାତିରେ ତାଙ୍କର ଡଙ୍ଗରପଡ଼ା ଗ୍ରାମର ଅଶୋକ କମ୍ପଙ୍କ ସହିତ ଗଣ୍ଡଗୋଳ ହୋଇଥିିଲା।। ତେବେ ଜ୍ୱାଇଁ ସୁଦାମଙ୍କୁ ବଞ୍ଚାଇବାକୁ ଯାଇ ମାର୍କଣ୍ଡ ନାୟକଙ୍କ ପତ୍ନୀ ସତ୍ୟ ନାୟକ(୫୩ ବର୍ଷ) ଗଣ୍ଡଗୋଳ ଭିତରକୁ ପଶି ଯାଇଥଲେ। ଏହି ସମୟରେ ଅଶୋକ ସତ୍ୟଙ୍କୁ ମୁଥରେ ଆକ୍ରମଣ ମାରିବାରୁ ସେ ଘଟଣାସ୍ଥଳରେ ତଳେ ପଡ଼ିଯବା ସହିତ ସେହି ଠାରେ ହିଁ ମୃତ୍ୟୁ ବରଣ କରିଥିଲେ। ଯଦିଓ ସତ୍ୟଙ୍କୁ ସଙ୍ଗେ ସଙ୍ଗେ ମୁରିବାହାଲ ଡାକ୍ତରଖାନାରେ ଭର୍ତ୍ତ କରାଯାଥିଲା, ମାତ୍ର ସେତେବେଳକୁ ସତ୍ୟଙ୍କର ମୃତ୍ୟୁ ଘଟିସାରିଥିବା ଡାକ୍ତର ଘୋଷଣା କରିଥିଲେ। ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ଅଶୋକକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe