News Sambalpur, Online News Sambalpur, Sambalpur
ସମ୍ବଲପୁର: କନ୍ୟାକୁ ଏଠି ରତ୍ନ କହାଯାଏ। କନ୍ୟାଦାନକୁ ମହାପୂଣ୍ୟ ମାନାଯାଏ। ସରକାର ମଧ୍ୟ କନ୍ୟାକୁ ରତ୍ନ ଭାବେ ବିବେଚନା କରି ସେମାନଙ୍କ ସୁରକ୍ଷା ପାଇଁ ଅନେକ ଯୋଜନା ଆଣିଛନ୍ତି। ସଭ୍ୟ ସମାଜରେ ପୁଅ ଝିଅ ସମାନ, କାହା ଭିତରେ ବି ପାତର ଅନ୍ତର ନାହିଁ ବୋଲି କହାଯାଏ। କିନ୍ତୁ କନ୍ୟା ସନ୍ତାନ ଜନ୍ମ କରିବାରୁ ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକେ ଘରୁ ବାହାର କରି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଅଞ୍ଚଳରେ। ଦୀପାଳି ବଗର୍ତ୍ତି(୨୦) ଗତବର୍ଷ ମୁଦିପଡ଼ା ଆମ୍ବେଦକର ନଗରର ପବିତ୍ର ବଗର୍ତ୍ତିଙ୍କୁ ବିବାହ କରିଥିଲେ।
ବିବାହ ପରେ ତାଙ୍କୁ ସ୍ବାମୀ, ଶାଶୂ ଓ ନଣନ୍ଦ ଯୌତୁକ ପାଇଁ ନିର୍ଯାତନ ଦେଇ ଆସୁଥିଲେ। ଏସବୁ ମଧ୍ୟରେ ଗତ ଦୀପାଳି ଗତ ଏପ୍ରିଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାରୁ ତାଙ୍କ ଶାଶୂଘର ଲୋକେ ନିର୍ଯାତନା ବଢ଼ାଇ ଚାଲିଲେ। ତାଙ୍କୁ ଓ ତାଙ୍କ କନ୍ୟା ସନ୍ତାନକୁ ଜୀବନରୁ ମାରିଦେବାକୁ ଧମକ ଦେଲେ। ନିର୍ଯାତନା ଅସହ୍ୟ ହେବାରୁ ସେ କିଛିଦିନ ପାଇଁ ତାଙ୍କ ବାପ ଘରକୁ ଆସିଥିଲେ। ମେ’ ୩୧ ତାରିଖ ଦିନ ତାଙ୍କ ବାପା ମା’ଙ୍କ ସହ ସେ ଶାଶୂ ଘରକୁ ଫେରିଥିଲେ। ହେଲେ ଶାଶୂଘର ଲୋକେ ତାଙ୍କୁ ଆଉ ଘରେ ପୂରାଇ ନଥିଲେ। ତାଙ୍କୁ ଓ ତାଙ୍କ ବାପାମା’ଙ୍କୁ ଆକ୍ରମଣ କରିଥିଲେ। ଶେଷରେ ଏନେଇ ଦୀପାଳି ସମ୍ବଲପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
  
 Follow Us