ନିଶା ହେଲା କାଳ: ଗୁରୁ ଦିବସରେ ପୁଅର କୋଦାଳ ଚୋଟରେ ମା’ର ଜୀବନ ଗଲା, ଅଭିଯୁକ୍ତ ଗିରଫ

Advertisment
ନିଶା ହେଲା କାଳ: ଗୁରୁ ଦିବସରେ ପୁଅର କୋଦାଳ ଚୋଟରେ ମା’ର ଜୀବନ ଗଲା, ଅଭିଯୁକ୍ତ ଗିରଫ

ବାରିପଦା: ନିଶା ହୋଇଛି କାଳ। ଗୁରୁ ଦିବସରେ ଜୀବନର ପ୍ରଥମ ଗୁରୁ କୁହାଯାଉଥିବା ମା’ର ପ୍ରାଣ ନେଇଛି ଜଣେ ପୁଅ। ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ବ୍ଲକ୍‌ ଦୁଧିଆଶୋଳ ଗ୍ରାମରେ ଆଜି ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଶାସକ୍ତ ଅବସ୍ଥାରେ ଥିବା ପୁଅ ବୁଧୁ ସିଂ(୩୬)ର କୋଦାଳ ଚୋଟରେ ମା’ ଗୁରୁବାରୀ ସିଂ(୫୫)ଙ୍କର ଜୀବନ ଯାଇଛି । ମୃତକଙ୍କ ସ୍ୱାମୀ ଲକ୍ଷ୍ମଣ ସିଂ’ଙ୍କ କହିବା ଅନୁସାରେ ଆଜି ପୂର୍ବାହ୍ନରେ ତାଙ୍କ ବଡ଼ ପୁଅ ବୁଧୁ ଅତ୍ୟଧିକ ମଦ ପିଇ ଘରକୁ ଆସି ପାଟିତୁଣ୍ଡ ଆରମ୍ଭ କରିଦେଇଥିଲା । ଏହି ସମୟରେ ଘରେ କେହି ନ ଥିବା ବେଳେ ନିକଟରେ ଥିବା ଏକ କୋଦାଳ ଉଠାଇ ଗୁରୁବାରୀଙ୍କ ମୁଣ୍ଡରେ ଆଘାତ କରିଥିଲା । ଏହି ମାଡ଼ରେ ଗୁରୁବାରୀଙ୍କର ମୁଣ୍ଡଫାଟି ଯିବା ସହ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ପ୍ରକାଶ। ଖବର ପାଇ ବାରିପଦା ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲକୁ ପଠାଇଥିଲା। ଏଥିସହିତ ଅଭିଯୁକ୍ତ ପୁଅ ବୁଧୁ ସିଂକୁ ଗିରଫ କରିଥିଲା। ହତ୍ୟାରେ ବ୍ୟବହୃତ ଅସ୍ତ୍ର କୋଦାଳକୁ ମଧ୍ୟ ଜବତ କରିଛି ପୁଲିସ୍‌। ନିଶା ସେବନ କାରଣରୁ ଅଭିଯୁକ୍ତ ଏପରି କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe