ମାଲକାନଗିରି: ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ବୀରଲକ୍ଷ୍ମଣପୁର ପଞ୍ଚାୟତର ବିରିଗୁଡ଼ା ଗ୍ରାମରେ ଘଟିଛି ଏକ ଅଭବନୀୟ ଘଟଣା। ବତୀ ଖରା ନାମକ ଜଣେ ମହିଳା ନିଜ ଝିଅ ଅଞ୍ଜଳି ଖରାଙ୍କୁ କଟୁରିରେ ହାଣି ହତ୍ୟା କରିଛି। ଅପରପକ୍ଷେ ମାଆଙ୍କ କଟୁରି ଚୋଟରେ ଗୁରୁତର ପୁଅ ଅର୍ଜୁନ ଖରା ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁଇ ଶିଶୁଙ୍କ ନିଶାସକ୍ତ ଭାବେ ହାଣି ସାରିବା ପରେ ବାଡ଼ିରେ ବସି ବାସନ ମାଜୁଥିବା ବତୀ ଖରାଙ୍କୁ ତାଙ୍କ ସ୍ୱାମୀ ଲକ୍ଷ୍ମଣ ଖରା ଠେଙ୍ଗାରେ ପିଟି ହତ୍ୟା କରିଛି।
ସୂଚନାଯୋଗ୍ୟ ଯେ ବତୀ ଖରା ପ୍ରାୟତଃ ନିଶାସକ୍ତ ହୋଇ ତାର ଦୁଇ ପୁଅ ଝିଅଙ୍କୁ ମାରିବାକୁ ଗୋଡ଼ାଇଥାଏ। ସ୍ୱାମୀ ଲକ୍ଷ୍ମଣ ଖରା ଦୁଇ ଶିଶୁଙ୍କ ଅନ୍ୟତ୍ର ରଖି ମା ଠାରୁ ବଞ୍ଚାଇ ଥାନ୍ତି।। ତେବେ ଗତକାଲି ଲକ୍ଷ୍ମଣ ଛେଳି ଚରାଇବାକୁ ଯାଇଥିବା ବେଳେ ବତୀ ଖରା ଏକ କଟୁରିରେ ୫ ବର୍ଷର ଝିଅ ଅଞ୍ଜଳି ଓ ୨ ବର୍ଷର ପୁଅ ଅର୍ଜୁନଙ୍କୁ ହାଣି ଦେଇଥିିଲା। ତେବେ ଘଟଣାସ୍ଥଳରେ ଅଞ୍ଜଳିର ମୃତ୍ୟୁ ଘଟିଥିବା ବେଳେ ଛୋଟ ପୁଅଟି ସେଠାରେ ସେହିପରି ମୃତବତ୍ ପଡ଼ିଥିଲା। ଅପରାହ୍ଣ ୪ଟା ବେଳେ ଘରକୁ ଫେରି ଲକ୍ଷ୍ମଣ ଅଞ୍ଜଳିର ମୃତଦେହ ଦେଖି ସମସ୍ତ ଘଟଣା ବୁଝି ଯାଇଥିଲା। ପରେ ବାଡିପଟରେ ବାସନ ମାଜୁଥିବା ବତୀଙ୍କୁ ପଚାରିବାରୁ ନିଶାସକ୍ତ ବତୀ ଖରା ପିଲାଙ୍କୁ ହାଣି ଦେଇଥିବା କହିବା ସହିତ ଲକ୍ଷ୍ମଣ ସହିତ ଗଣ୍ଡଗୋଳ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଲକ୍ଷ୍ମଣ ଏକ ଠେଙ୍ଗାରେ ବତୀଙ୍କ ମୁଣ୍ଡକୁ ପିଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us