ଦୁଇ ସନ୍ତାନକୁ କୂଅରେ ଠେଲି ହତ୍ୟା ଘଟଣା: ସ୍ବାମୀଙ୍କ ପରକୀୟା ପ୍ରୀତିରେ ଅତିଷ୍ଠ ହୋଇ ଏଭଳି କାଣ୍ଡ ଘଟାଇଥିଲେ ପତ୍ନୀ

Advertisment

ଗୋଟିଏ ଜୁଇରେ ଜଳିଲା ଭାଇଭଉଣୀଙ୍କ ଶବ

ଗୋଟିଏ ଜୁଇରେ ଜଳିଲା ଭାଇଭଉଣୀଙ୍କ ଶବ

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାଇକିଆ: ସ୍ବାମୀଙ୍କ ପରକୀୟା ପ୍ରୀତି ହିଁ ସାଜିଥିଲା କାଳ। ପ୍ରତିଦିନ ଏଥିପାଇଁ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଲାଗି ରହୁଥିଲା କଳହ। ଆଉ ଜନ୍ମକଲା ମାଆ ରାଗରେ ପାଲଟି ଯାଇଥିଲା ନୃଶଂସ। ନିଜର ଦୁଇ ଶିଶୁକୁ କୂଅକୁ ଠେଲି ମାରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବି ଏଥିରୁ ବର୍ତ୍ତିଯାଇଥିଲା। ଗତକାଲି କନ୍ଧମାଳ ଜିଲ୍ଲା ରାଇକିଆ ଖ୍ରୀଷ୍ଟିଆନ ସାହିର ରାଜେଶ ପାତ୍ରଙ୍କ ପତ୍ନୀ ଭାଗ୍ୟଲକ୍ଷ୍ମୀ ଦୁଇ ଶିଶୁ ଭେଙ୍କେଟଶ(୫) ଓ ଝିଅ ବୈଷ୍ଣବିକୁ କୂଅକୁ ଠେଲି ହତ୍ୟା କରିଥିଲେ।

ଏ‌ହି ଘଟଣାରେ ଏବେ ପୁଲିସ ତତନ୍ତ ଜାରି ରଖିଥିବା ‌ବେଳେ ଆଜି ଭାଗ୍ୟଲକ୍ଷ୍ମୀଙ୍କ ଭାଇ ଡି.ମହେଶ ରାଓ ରାଇକିଆ ଥାନାରେ ପହଞ୍ଚି ଭିଣୋଇ ରାଜେଶଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଅନ୍ୟ ମହିଳାଙ୍କ ସହ ରାଜେଶଙ୍କ ସମ୍ପର୍କ ଥିବା ସେ ଅଭିଯୋଗ କରିଛନ୍ତି। ସେଥିପାଇଁ ରାଜେଶ ଓ ଭାଗ୍ୟଲକ୍ଷ୍ମୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ରାଜେଶ ପ୍ରତିଦିନ ଭାଗ୍ୟଲକ୍ଷ୍ମୀଙ୍କୁ ନିର୍ଯାତନା ଦେଉଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଇଛି। ଭାଗ୍ୟଲକ୍ଷ୍ମୀଙ୍କୁ ପୁଲିସ ଘଟଣା ସମ୍ପର୍କରେ ପଚରାଉଚରା କରିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ସୂଚନା ଦେଇଛନ୍ତି। ଘୁ.ଉଦୟଗିରି ଏସ୍‌ଡିପିଓ ଡ.ତିରୁପତି ରାୟ ପଟ୍ଟନାୟକ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି। ଅନ୍ୟପକ୍ଷରେ ଭାଇଭଉଣୀଙ୍କ ଶବ ଗୋଟିଏ ଜୁଇରେ ଜଳିବା ହୃଦୟବିଦାରକ ଥିଲା।

ରାଇକିଆ ବଜାରରେ ଷ୍ଟେସନାରି ଦୋକାନ କରିଥିବା ରାଜେଶଙ୍କ ପତ୍ନୀ ଭାଗ୍ୟଲକ୍ଷ୍ମୀ ପାରିବାରିକ କଳହରୁ ଶୁକ୍ରବାର ଦିନ ରାଗିଯାଇ ଦୁଇ ଶିଶୁଙ୍କୁ ନେଇ ଘର ଛାଡ଼ି ଚାଲି ଯାଇଥିଲେ। ଗତକାଲି ସକାଳେ ଭାଗ୍ୟଲକ୍ଷ୍ମୀ ନିଜର ଦୁଇ ଛୁଆଙ୍କୁ ରାଇକିଆ-ମଣ୍ଡାସୁର ରାସ୍ତା ଅଲିମାହା ନକଟ ଏକ ବିଲମାଳରେ ଥିବା କୂଅକୁ ଠେଲି ଦେଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। ରାଜେଶ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପ‌ରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରିନାହିଁ। ପତ୍ନୀ ଭାଗ୍ୟଲକ୍ଷ୍ମୀଙ୍କୁ ପୁଲିସ ପଚରାଉଚରା ପରେ ଶବ ସତ୍କାର ପାଇଁ ଛାଡ଼ିଦେଇଥିବା କହିଛି। ତେବେ ତଦନ୍ତ ପରେ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ଖମାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe