ପ୍ରଭୁ ଶ୍ରୀରାମଙ୍କ ଭରସାରେ କୁନି ଝିଅକୁ ଛାଡିଦେଇଗଲା ମା

Advertisment
ଉତ୍ତରପ୍ରଦେଶ: ୧୫ ଦିନର ଶିଶୁକୁ ଅପହରଣ କରିନେଲେ ଦୁର୍ବୃତ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରାମ ମନ୍ଦିର ନିକଟରୁ ଏକ ୩ ମାସର ଶିଶୁ କନ୍ୟାକୁ ସ୍ଥାନୀୟ ଜଣେ ମହିଳା ଉଦ୍ଧାର କରିଛନ୍ତି | ଏହି ଖବର ପାଇବା ପରେ ଲକ୍ଷ୍ମୀପୁର ପୁଲିସ ସେଠାରେ ପହଞ୍ଚିଥିଲା। ଲକ୍ଷ୍ମୀପୁର ଥାନା ଅଧିକାରି ଶ୍ଵେତପଦ୍ମା ସେଠ୍ ନିଜେ ସେଠାରେ ପହଞ୍ଚି ଉକ୍ତ ଶିଶୁ କନ୍ୟାକୁ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ପହଞ୍ଚାଇଥିଲେ।

ସେଠାରେ ଡାକ୍ତର ଶିଶୁ କନ୍ୟାର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ୩ ମାସର ଛୁଆ ହେବ ବୋଲି କହିବା ସହ ଝିଅଟି ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ପ୍ରକାଶ କରିଛନ୍ତି। କଣ ପାଇଁ ମା, ଶିଶୁକନ୍ୟାକୁ ଛାଡ଼ି ଚାଲିଯାଇଛି ତାହା ବର୍ତମାନ ସବୁଠାରୁ ବଡ ପ୍ରଶ୍ନବାଚି ସୃଷ୍ଟି  କରିଛି। ଲକ୍ଷ୍ମୀପୁରରେ ଶିଶୁଟିକୁ ରଖିବା ସକାଶେ ସେମିତି କିଛି ସୁବିଧା ନଥିବା କାରଣରୁ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରାଯିବା ସହ କେଉଁ ପରିସ୍ଥିତିରେ ଶିଶୁଟିକୁ ଛାଡି ଦିଆଯାଇଛି ତାହା ତଦନ୍ତ କରାଯିବ ବୋଲି ପୁଲିସ କହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe