ଧରାପୃଷ୍ଠରେ ବିରାଜିଲେ ମା’: ଏଥର ସହରରେ ୧୦୮ ପୂଜା ମଣ୍ଡପ

ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’। ବୁଧବାର ମଧ୍ୟରାତ୍ରୀରୁ ଦୁର୍ଗାପୂଜା ଆରମ୍ଭ ହୋଇଛି। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଚଳିତବର୍ଷ ରାଉରକେଲା ସହରରେ ମୋଟ୍‌ ୧୦୮ଟି ସ୍ଥାନରେ ଧୁମ୍‌ଧାମ୍‌ରେ ପୂଜା ଆୟୋଜନ କରାଯାଉଛି...

WhatsApp Image 2024-10-09 at 10.53.36 PM

ରାଉରକେଲା: ଧରାପୃଷ୍ଠରେ  ମା’ଦୁର୍ଗା ଅବତରଣ କରିଛନ୍ତି। ବୁଧବାର ମଧ୍ୟରାତ୍ରୀରୁ ଦୁର୍ଗାପୂଜା ଆରମ୍ଭ ହୋଇଛି। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଚଳିତବର୍ଷ ସହରରେ ମୋଟ୍‌ ୧୦୮ଟି ସ୍ଥାନରେ ଧୁମ୍‌ଧାମ୍‌ରେ ପୂଜା ଆୟୋଜନ କରାଯାଉଛି।

ତେବେ କେନ୍ଦ୍ରୀୟ ପୂଜା କମିଟି ଅନ୍ତର୍ଗତ ଅଞ୍ଚଳ ଇସ୍ପାତ ସହରାଞ୍ଚଳରେ ସର୍ବାଧିକ ୪୯ଟି ସ୍ଥାନରେ ପୂଜା ମଣ୍ଢପ କରାଯାଇଥିବାବେଳେ ସିଭିଲ୍‌ ଟାଉନସିପ୍‌ରେ ୩୬ ଓ ଫର୍ଟିଲାଇଜର ଟାଉନସିପ୍‌ରେ ୧୩ଟି ସ୍ଥାନରେ ପୂଜା କରାଯାଉଛି।

ପ୍ରତିବର୍ଷଭଳି ଏଥର ମଧ୍ୟ ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମଣ୍ଡପ, ତୋରଣ ନିର୍ମାଣ କରାଯାଉଛି। ବିଭିନ୍ନ କମିଟି ପକ୍ଷରୁ ମା’ ଦୁର୍ଗାଙ୍କ କ୍ଲାସିକାଲ୍‌ ଓ ଓରିଏଣ୍ଟାଲ ମୂର୍ତ୍ତିକୁ ପୂଜା କରାଯାଉଛି। ସେକ୍ଟର-୨ ପୂଜା କମିଟି ପକ୍ଷରୁ ‘ପ୍ରେମମନ୍ଦିର’ ସଦୃଶ ମଣ୍ଡପ ନିର୍ମାଣ କରାଯାଇଛି।

WhatsApp Image 2024-10-09 at 10.53.34 PM

ସେହିପରି ସେକ୍ଟର-୧(ପୁରୁଣା)ରେ ‘ଇସ୍କନ ମାୟାପୁରୀ ମଣ୍ଡପ’, ସେକ୍ଟର-୪ରେ ‘ଇସ୍କନ ମନ୍ଦିର ୟୁଗୋସ୍ଲାଭିଆ’, ସେକ୍ଟର-୧୬ର ‘ଦ୍ବାରିକାପୁରୀ’, ସେକ୍ଟର-୧୦ ‘ରାମରାଜ ମନ୍ଦିର’, ସେକ୍ଟର-୭ ‘ଲଳିତା ମହଲ’, ସେକ୍ଟର-୨୦ ଡି’ ବ୍ଲକ ଆଲବର୍ଟ ହଲ୍‌ ମ୍ୟୁଜିୟମ’, ସେକ୍ଟର-୨୦ ଏବିସି ବ୍ଲକରେ ‘ଡାକୋଟା ବିମାନ’, ଗଜପତି ମାର୍କେଟ୍‌ ‘ପୁରୀ ଶ୍ରୀଜଗନ୍ନାଥ ମନ୍ଦିର’  ନିର୍ମାଣ କରାଯାଇଛି।

WhatsApp Image 2024-10-09 at 10.53.39 PM

ଟେଲିଫୋନ ଭବନରେ ‘ବୁଦ୍ଧମନ୍ଦିର ମିୟାଁମାର’, ସେକ୍ଟର-୮ ତୋଫାନ ମହଲ, ଇସ୍ପାତ ମାର୍କେଟ୍‌ରେ ‘ସିଂହ ମୁଖ’, ବାସନ୍ତୀକଲୋନି ହିଲ୍‌ଟପ୍‌ରେ ‘ଇଣ୍ଡିଆ ଗେଟ୍‌’, ଲେବର୍‌ ଟେନାମେଣ୍ଟ୍‌ରେ ‘ଶାନ୍ତିସ୍ତୁପ ଧଉଳିଗିରି’, ସେକ୍ଟର-୧୮ରେ ‘ସୁପ୍ରିମକୋର୍ଟ’, ସେକ୍ଟର-୧୪ ‘ପ୍ରଜାପତି’, ଏନ୍‌ଆଇଟି ବ୍ୟାକ୍‌ପୋଷ୍ଟ୍‌ ଦଲପୋଷ ପୂଜା କମିଟି ପକ୍ଷରୁ ଚିତ୍ତାକର୍ଷକ ମଣ୍ଡପ ନିର୍ମାଣ କରାଯାଇଛି।

ଏତଦ୍‌ବ୍ୟତୀତ ସବୁ ମଣ୍ଡପରେ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଅପରପକ୍ଷରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ୨୫ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe