ଆରମ୍ଭ ହେଲା ସ୍ତମ୍ବେଶ୍ୱରୀ ସଂସ୍କୃତିର ପର୍ବ, ଦେବୀପୀଠରେ ଖଣ୍ଡାଧୁଆ ପର୍ବ

ପୁଅର ମଙ୍ଗଳ ମନାସି ମା’ମାନେ ପାଳନ କଲେ ପୁଉ ଜିଉନ୍ତିଆ ଓଷା

ଆରମ୍ଭ ହେଲା ସ୍ତମ୍ବେଶ୍ୱରୀ ସଂସ୍କୃତିର ପର୍ବ, ଦେବୀପୀଠରେ ଖଣ୍ଡାଧୁଆ ପର୍ବ

ବୀରମହାରାଜପୁର: ସୋନପୁର ଗଡ଼ଜାତ ଅଞ୍ଚଳ, ଆଠମଲ୍ଲିକ ଓ ବୌଦ୍ଧ ଜିଲ୍ଲାରେ ସ୍ତମ୍ବେଶ୍ୱରୀ ସଂସ୍କୃତି ଅନନ୍ୟ ପରମ୍ପରା ରହିଛି। ଦେବୀ ପୂଜା ପାଇଁ ସ୍ତମ୍ଭକୁ ପୂଜା କରିବା ମହାନ୍‌ ପରମ୍ପରା ରହିଛି। ଏଣୁ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ପୂଜା ଆରମ୍ଭ ହୋଇଥାଏ ଓ ଆଶ୍ୱୀନ ଶୁକ୍ଳ ଅଷ୍ଟମୀ ତିଥିରେ ଏହା ସମାପନ ହୋଇଥାଏ। ଏହି ପୂଜାକୁ ଷୋହଳ ପୂଜା ବୋଲି କୁହାଯାଇଥାଏ। କିନ୍ତୁ ଚଳିତ ବର୍ଷ ଦୁଇଟି ଆଶ୍ୱୀନ ମାସ ପଡିଥିବାରୁ ଏଥର ମାଁଙ୍କ ୪୫ ପୂଜା ଅନୁଷ୍ଠିତ ହେବ।

ଗତକାଲି ରାତିରେ ସମସ୍ତ ମାହେଶ୍ୱରୀ ପୀଠମାନଙ୍କରେ ବାଡି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି। ଏଥର କରୋନା କଟକଣା ଯୋଗୁଁ ପାରମ୍ପରିକ ପଞ୍ଚବାଦ୍ୟ ବଦଳରେ କେବଳ ଘଣ୍ଟ ସଙ୍ଖ ବଜାଇ ପୋଖରୀ ତଥା ଗାଡିଆରେ ସ୍ନାନ ପରେ ଦେବୀଙ୍କୁ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇଛି।

publive-image

ପର୍ବର ଆରମ୍ଭ ଅବସରରେ ମା’ମାନେ ପୁଅମାନଙ୍କର ମଙ୍ଗଳ କାମନା କରି ପୁଉ ଜିଉନ୍ତିଆ ଓଷା କରିଥାନ୍ତି। ନିର୍ଜଳା ଉପବାସ କରନ୍ତି। ପରଦିନ ସକାଳୁ ପୋଖରୀ ତଥା ନଦୀମାନଙ୍କରେ କାଠି ଗାଡ଼ି ଚଣା ଗିଳିଥାନ୍ତି। ଏହା ପରେ ନିଜ ସନ୍ତାନମାନଙ୍କ ମଙ୍ଗଳ କାମନା ସ୍ୱରୂପ ଦୂବ ଛୁଆଁଇଥାନ୍ତି। ଏହାକୁ ଦ୍ଵିତୀବାହନ ଓଷା ବୋଲି ମଧ୍ୟ କୁହାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe