ପ୍ରଶାସନ ହାତ ଟେକିଦେଲା; କରୋନା ନିପାତ ପାଇଁ ଘରେ ଘରେ ହୋମ ଯଜ୍ଞ

Advertisment

କରୋନା ହଟସ୍ପଟ ର ଗାଁ ମୋତିଗାଁ

କରୋନା ହଟସ୍ପଟ ର ଗାଁ ମୋତିଗାଁ

ପ୍ରଶାସନ ହାତ ଟେକିଦେଲା; କରୋନା ନିପାତ ପାଇଁ ଘରେ ଘରେ ହୋମ ଯଜ୍ଞ

Sambad

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲାରେ କରୋନାର ଦ୍ବିତୀୟ ଲହର ଛତିଶଗଡ଼ ସୀମାନ୍ତ ବର୍ତ୍ତି ଚନ୍ଦାହାଣ୍ଡି ବ୍ଲକ ଦେଇ ପ୍ରବେଶ କଲା। ଏହି ବ୍ଲକରେ ଜିଲ୍ଲାର ମୋଟ ସଂକ୍ରମଣ ଠାରୁ ସର୍ବାଧିକ ରହିଥିବା ବେଳେ କମ୍ ସେ କମ୍ ଦୁଇ ହଜାର ସଂକ୍ରମିତଙ୍କ ସଂଖ୍ୟା ପାର୍ କରିଛି। ବ୍ଲକ ଅଧ୍ୟକ୍ଷ ଙ୍କ ଠାରୁ ଆରମ୍ଭ କରି ସାଧାରଣ ମଳି ମୁଣ୍ଡିଆ ପର୍ଯ୍ୟନ୍ତ ବହୁ ଜୀବନ କରୋନାର କରାଳ ଗ୍ରାସରେ ଚାଲି ଯାଇଥିବା ବେଳେ ଏବେ ମଧ୍ୟ ଏହି ବ୍ଲକ ଜିଲ୍ଲାର କରୋନା ହଟସ୍ପଟ ହୋଇ ରହିଛି। ତେବେ ଏହି ବ୍ଲକ ର ମୋତିଗାଁ ରେ ସଂକ୍ରମଣ ସଂଖ୍ୟା ଘରକୁ ଘର ରହିଥିବା ବେଳେ ଏଠାରେ କରୋନା ରେ ଚିକିତ୍ସା ଧିନ ଅବସ୍ଥାରେ ଦୁଇ ଜଣ ଯୁବକଙ୍କ କୋରାପୁଟ ଠାରେ ମୃତ୍ୟୁ ମଧ୍ୟ ହୋଇଛି। ତେବେ କୌଣସି ମତେ ମଧ୍ୟ ପ୍ରଶାସନ ସତର୍କ ମୂଳକ ପଦକ୍ଷେପ ଗ୍ରହଣ କରି ନାହାଁନ୍ତି।

ନା ଏହି ଗ୍ରାମକୁ ଯାଇ ସଚେତନ କରା ଯାଇଛି ନା ସେଠାରେ କୌଣସି ସ୍ୱାସ୍ଥ୍ୟ ଶିବିର କରାଯାଇଛି। ଏପରିକି ଗ୍ରାମକୁ ସାଧାରଣ ବିଶୋଧନ ଟିଏ କରିବା ପାଈଁ ପ୍ରଶାସନ କାଳକ୍ଷେପଣନୀତି ଅବଲମ୍ବନ କରିଛି। ଏହାରି ଭିତରେ କିନ୍ତୁ ଗ୍ରାମବାସୀ ମାନେ ଏକ ଅଭିନଵ ଶୈଳୀରେ ଆଜି ସନ୍ଧ୍ୟାରେ ହୋମ ଯଜ୍ଞ କରିବା ସହ ଗାଁ ନିମ୍ବ ପତ୍ର ଧୂପ ଦେଇ ପୁରୁଣା ପଦ୍ଧତିରେ ଗ୍ରାମର ପ୍ରତେକ ସାହି ଘରକୁ ବିଶୋଧନ କରିଛନ୍ତି। ଏକ ସାଇକେଲ ପଛ ପଟେ ଦୁଇଟି ଟିଣ ଡବାରେ ନିଆଁ ସହିତ ଧୂପ ନିମ୍ବ ପତ୍ର ଓ ଅନ୍ୟାନ୍ୟ ଯଜ୍ଞ ସାମଗ୍ରୀ ଦେଇ ଧୁଆ କରି ବିଶୋଧନ କରିବା ଦୃଶ୍ୟ ଦେଖା ଦେଇଛି। ଏଭଳି କି ଏହି ଗ୍ରାମ ର ଅନ୍ୟତ୍ର ରହୁଥିବା ଲୋକମାନେ ମଧ୍ୟ ଏକା ସାଙ୍ଗରେ ଯଜ୍ଞ କରି ଫୋଟୋ ଅପଲୋଡ଼ କରିଥିବା ଦେଖିବାକୁ ମିଳିଛି। ଗ୍ରାମର ଯୁବକ ମାନଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ସହଯୋଗ କରିଥିଲେ ହେ ପ୍ରଶାସନ ଏ ଗାଁ ପ୍ରତି କାହିଁକି ଏତେ ଉଦାସୀନ ସେନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe