‘ମୁଣ୍ଡାରୀ ଓ ହୋ ଭାଷା’ରେ ପିଜି ପାଠ୍ୟକ୍ରମ ଖୋଲିବା ଦାବି

ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ମାସାଆର୍ମୀର ଦାବିପତ୍ର ପ୍ରଦାନ

‘ମୁଣ୍ଡାରୀ ଓ ହୋ ଭାଷା’ରେ ପିଜି ପାଠ୍ୟକ୍ରମ ଖୋଲିବା ଦାବି

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟଗୁଡ଼ିକରେ ସାନ୍ତାଳୀ ଭାଷାରେ ସମ୍ମାନ(ଅନର୍ସ) ଏବଂ ଇଲେକ୍ଟିଭ ଖୋଲାଯାଉ। ସେହିପରି ବିଶ୍ବବିଦ୍ୟାଳୟରେ ‘ମୁଣ୍ଡାରୀ’ ଏବଂ ‘ହୋ’ ଭାଷା ରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲିବା ନିମନ୍ତେ ଦାବି କରିଛି ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ। ଆଜି ଏନେଇ ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ବରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି l

ଆଦିବାସୀଙ୍କର ଭାଷାର ବିକାଶ ହେଲେ ସେମାନଙ୍କର ବିକାଶ ହୋଇପାରିବ l ତେଣୁ କୁଳପତି ମଧ୍ୟ ଉପରୋକ୍ତ ଦାବିଗୁଡ଼ିକୁ ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସଂଗଠନ ପକ୍ଷରୁ ପ୍ରକାଶ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ପଦ୍ମଲୋଚନ ମୁର୍ମୁ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ, ରାଜେଶ ମୁର୍ମୁ, ରଣଜିତ ସିଂ, ସ୍ୱାତି ଟୁଡୁ, ଦିପୁ ହାଁସଦା, ପୂର୍ଣ୍ଣଚନ୍ଦ୍ର ଟୁଡୁ, ଲଛମନ ମାର୍ଣ୍ଡି, ସୁନିଲ ସରେନ, ହରି ସିଂ ପୁସ୍ପିତା ଟୁଡୁ ପ୍ରମୂଖ ପ୍ରତିନିଧିମଣ୍ଡଳୀରେ ସାମିଲ ଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe