କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଦାବିପତ୍ର ପ୍ରଦାନ

Advertisment
କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଦାବିପତ୍ର ପ୍ରଦାନ
ବାରିପଦା: ମୟୂରଭଞ୍ଜ ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ସାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବଲାଙ୍ଗୀରରେ ଗତ ୪ ତାରିଖ ଦିନ ସଙ୍ଗଠନର ରାଜ୍ୟ ସଭାପତି ସନ୍ତୋଷ ଭୋଳ  ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ରାସ୍ତାରେ ବେଆଇନ ଗୋ-ଚାଲାଣ ହେଉଥିବା ଦୃଶ୍ୟ ଦେଖିବାକୁ ପାଇଥିଲେ।
ଏହାର ପ୍ରତିବାଦ କରିବାରୁ ବେଆଇନ ଗୋଚାଲାଣକାରୀଙ୍କ ଆକ୍ରମଣରେ ଶିକାର ହୋଇଥିଲେ ଶ୍ରୀ ଭୋଳ। ଏନେଇ ସେ ବଲାଙ୍ଗୀର ପୁଲିସକୁ ସୂଚନା ଦେଇଥିଲେ ମଧ୍ୟ ତଦନ୍ତରେ ଅବହେଳା ହୋଇଥିବା କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଅଭିଯୋଗ ହୋଇଛି। ଏହା ବିରୋଧରେ ଆଜି ସଙ୍ଗଠନ ପକ୍ଷରୁ ରାଜ୍ୟର ସବୁ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର ଦିଆଯାଇଛି। ବାରିପଦାରେ ଏହି ଅବସରରେ ଜିଲ୍ଲା ମହିଳା ସଭାପତି ହେମଲତା ଦାସ,ସୁବ୍ରତ ମୁଖୀ,କଳ୍ପତରୁ ରାୟବାବୁ,ସିକନ୍ଦର ଭଗତ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe