ଇଡକୋ ଜମି ଅଧିଗ୍ରହଣ ଓ ଜମି ମାଫିଆଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Advertisment
ଇଡକୋ ଜମି ଅଧିଗ୍ରହଣ ଓ ଜମି ମାଫିଆଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା: ଜଟଣୀ ନିର୍ବାଚନମଣ୍ଡଳୀରେ ଜାମୁକୋଳି ଠାରେ କେତେକ ଜମି ମାଫିଆ ଚାଷ ଜମିକୁ ଯାଉଥିବା ନାଳକୁ ଅବରୋଧ କରି ପ୍ରାଚୀର ନିର୍ମାଣ କରିଛନ୍ତି । ଅପରପକ୍ଷରେ ବେଣାପଂଜରୀ ଠାରେ ପୂର୍ବରୁ ଆଦିବାସୀଙ୍କୁ ବୃକ୍ଷରୋପଣ କରି ପେଟ ପୋଷିବା ପାଇଁ ଦିଆଯାଇଥିବା ୫ଏକର ଜମିକୁ ଅଧିଗ୍ରହଣ କରିବାକୁ ଇଡକୋ ମାପଚୁପ ଆରମ୍ଭ କରିଛି । ଏଭଳି ଗୋଟିଏ ପଟେ ସରକାର ଓ ଆରପଟେ ଜମି ମାଫିଆଙ୍କ ଦୌରାତ୍ମ୍ୟରେ ଗରିବ ଆଦିବାସୀମାନେ ହଇରାଣ ହେଉଛନ୍ତି ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଅଭିଯୋଗ କରିଛନ୍ତି । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେବା ସହ ଏହାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି ।

ଗୁରୁବାର ପୂର୍ବାହ୍ଣରେ ବିଧାୟକ ରାଉତରାୟଙ୍କ ନେତୃତ୍ୱରେ ପ୍ରାୟ ୩୦-୪୦ଜଣ ଆଦିବାସୀ ମହିଳା ଜିଲ୍ଲାପାଳଙ୍କୁ ଭେଟିଥିଲେ । ଇଡ଼କୋ ଜମି ଅଧିଗ୍ରହଣ କରିବାକୁ ଚାହୁଁଥିବା ଆଦିବାସୀଙ୍କ ରୋଜଗାରର ପ୍ରମୁଖ ମାଧ୍ୟମ ଥିବା ଉଦ୍ୟାନକୁ ନନେଇ ନିକଟରେ ଥିବା ୧୬ ଏକର ସରକାରୀ ଜମି ଅଧିଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ସେହିଭଳି ଜାମୁକୋଳିରେ ଜମି ମାଫିଆଙ୍କ ଦ୍ୱାରା ପ୍ରାକୃତିକ ଜଳସ୍ରୋତର ଜବରଦଖଲ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ଆଲୋଚନାରେ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe