କଳାହାଣ୍ଡି ନାବାଳିକା ଆତ୍ମହତ୍ୟା ଘଟଣା: ତଦନ୍ତ ପାଇଁ ଏସପିଙ୍କୁ ଲିଖିତ ଅନୁରୋଧ କଲେ ଯୁବ ଯାଦବ ମହାସଭା

Advertisment
କଳାହାଣ୍ଡି ନାବାଳିକା ଆତ୍ମହତ୍ୟା ଘଟଣା: ତଦନ୍ତ ପାଇଁ ଏସପିଙ୍କୁ ଲିଖିତ ଅନୁରୋଧ କଲେ ଯୁବ ଯାଦବ ମହାସଭା

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ସାଗବାହାଲୀ ନାବାଳିକା ଆତ୍ମହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ କଳାହାଣ୍ଡି ଏସ୍‌ପିଙ୍କୁ ଜିଲ୍ଲା ଯୁବ ଯାଦବ ମହାସଭା ଲିଖିତ ଅନୁରୋଧ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସାଗବାହାଲୀ ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ। ରାଖୀ ପୂର୍ଣ୍ଣିମା ଦିନ ତାଙ୍କ ଜୁଇ ଜଳିଥିଲା। ନାବାଳିକାର ପିତା ଦନ୍ତେଶ୍ୱର ବାଗ ଏନେଇ ଥାନାରେ ଏତେଲା ଦେଇଥିଲେ।

ପଡୋଶୀ ବେହେରା ଗ୍ରାମର କିଛି ଯୁବକ ନାବାଳିକାକୁ ମାନସିକ ନିଯ୍ୟାତନା ଦେଇଥିଲେ ଏବଂ ତାଙ୍କ ବାପା ଓ ଭାଇଙ୍କ ସହିତ ଝଗଡା ମଧ୍ୟ କରିଥିଲେ। ଏହାକୁ ସହ୍ୟ କରିନପାରି ସେ ଏଭଳି ପଦକ୍ଷେପ ନେଇଥିବା ପରିବାରବର୍ଗ କହିଛନ୍ତି। ବର୍ତ୍ତମାନ ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଏହି ଘଟଣାର ଉପଯୁକ୍ତ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଳାହାଣ୍ଡି ଏସପିଙ୍କୁ ଯୁବ ଯାଦବ ମହାସଭା ପକ୍ଷରୁ ଲିଖିତ ଅନୁରୋଧ କରାଯାଇଛି।

ଏହି ପ୍ରତିନିଧି ଦଳରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଜିଲ୍ଲା ଯାଦବ ମହାସଭା ସାଧାରଣ ସଂପାଦକ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଡାକେଶ୍ୱର ଲହଜଲ, କୃତିବାସ ବେମାଲ, ସଂପାଦକ ଲିଙ୍ଗରାଜ ବେହେରା, ସହ ସଂପାଦକ ତ୍ରିଲକ୍ଷ ନାଏକ, କୋଷାଧ୍ୟକ୍ଷ ସନ୍ତୋଷ ବାଗ, ଲାଞ୍ଜିଗଡ ବ୍ଲକ ଯୁବ ସଭାପତି ଡିଲେଶ କୁମାର ନାଗ, କେସିଙ୍ଗା ବ୍ଲକ ଯୁବ ସଭାପତି ଅଶୋକ ପୋଢ, ଧର୍ମଗଡ ସଭାପତି ଲବଣୀ ରାଉତ, ତୁଲାମଣି ନାଗ, ସୁରେଶ ଚନ୍ଦନ, ର୍କିତ୍ତି ଗଉଡ, ଅର୍ଜୁନ ପୋଢ ପ୍ରମୂଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe