ଗାଲେରିରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଆଞ୍ଚଳିକ ପରିଚାଳକଙ୍କୁ ଦାବିପତ୍ର

ଗାଲେରିରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଆଞ୍ଚଳିକ ପରିଚାଳକଙ୍କୁ ଦାବିପତ୍ର

ଭଞ୍ଜନଗର: ଭଞ୍ଜନଗର ବ୍ଳକର ଉପାନ୍ତ ଅଞ୍ଚଳ ଗାଲେରିଠାରେ ଥିବା ଷ୍ଟେ,ଟ୍ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ସଠିକ୍ ସେବା ପ୍ରଦାନ କରଯାଉ ନଥିବାରୁ ଭାରତୀୟ ଷ୍ଟେ୍ଟ୍ ବ୍ୟାଙ୍କ ଫୁଲବାଣୀ ରିଜନ ୬ ଶାଖା ପରିଚାଳକଙ୍କୁ ଏକ ୮ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ବ୍ୟାଙ୍କରେ ଥିବା ପାସ ବୁକ ଅପଡେଟ୍ ମେସିନ୍ ଅଚଳ ଯୋଗୁ ଟଙ୍କା ପଇସାର ହିସାବ ଗ୍ରାମାଞ୍ଚଳ ଲୋକ ମାନେ ରଖିବାରେ ବହୁତ ସମ୍ମୁଖୀନ ହେଉଛନ୍ତି।

ଚାଷୀ ଋଣ ପ୍ରଦାନ କରିବା ସହ ସଠିକ୍ ସମୟରେ ନବୀକରଣ କରିବା,ବିଭିନ୍ନ ଯୋଜନା ମାଧ୍ୟମରେ ଲୋକ ମାନଙ୍କୁ ଋଣ ପ୍ରଦାନ କରିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସିଧାସଳକ ସବସିଡି ପ୍ରଦାନ କରିବା ଆଦି ଦାବି ନେଇ ଆଞ୍ଚଳିକ ଶାଖା ପରିଚାଳକଙ୍କୁ ରବିନ୍ଦ୍ର ପ୍ରସାଦ ଶତପଥିଙ୍କ ନେତୃତ୍ବରେ ଗାଲେରୀ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ଏହ ଦାବି ପୂରଣ ନହୁଏ ତେବେ ଆଗମୀ ଦିନରେ ଆନ୍ଦୋଳନ କରାଯିବ ବୋବଲି ଚେତାବନୀ ଦେଇଛନ୍ତି। ରଘୁନାଥ ମହାରଣା, ତ୍ରିନାଥ ସାହୁ, ରୋହିତ କୁମାର ଗୌଡ, ଶିବରାମ ପ୍ରଧାନ, ଗଜାନନ ରଣା, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe