କେସିଙ୍ଗା: ଗତ ଅଗଷ୍ଟ ୧୫ ତାରିଖ ଦିନ ଗିନିଜ ବୁକ ଅଫ ଓ୍ଵାଲ୍ର୍ଡ ରେକର୍ଡ ତରଫରୁ ଫେସ୍ବୁକରେ ୧ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହୀଙ୍କ ଫଟୋ ଅପ୍ଲୋଡ କରିବା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଥିଲା। କଳାହାଣ୍ଡିର ଏଭେରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ଏହି ପ୍ରତିଯୋଗିତାରେ ଭାଗ ନେଇ ଗ୍ରିନିଜ ବୁକ୍ର ସମ୍ମାନଜନକ ପ୍ରମାଣପତ୍ର ପାଇଛନ୍ତି। ଏହାକୁ ନେଇ କଳାହାଣ୍ଡି ଏସ୍ପି ଓ ଜିଲ୍ଲାପାଳ ଯୋଗବ୍ୟାସଙ୍କୁ ଜିଲ୍ଲାର ଗର୍ବ ବୋଲି ଟୁଇଟ୍ କରିଛନ୍ତି।
ଏହି ପ୍ରତିଯୋଗିତାରେ ଭାରତ ୯୯୫ଟି ଫଟୋ ଅପ୍ଲୋଡ୍ କରି ରେକର୍ଡ ସୃଷ୍ଟି କରିଛି ବୋଲି ଯୋଗବ୍ୟାସ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପୂରା ଟିମ୍କୁ ଏହି ପୁରସ୍କାର ମିଳିଥିବା ବେଳେ ଏବେ ସେମାନଙ୍କୁ ମିଳିଥିବା କହିଛନ୍ତି। ଯାହା ଭାରତ ପାଇଁ ବି ଏକ ଗର୍ବ ବୋଲି କହିଛନ୍ତି।
Follow Us