ଚଳନ୍ତା ଅଟୋକୁ ଧକା ହେଲା ଷଣ୍ଢ; ୩ ଗୁରୁତର, ଜଣେ ଆହତ

ଚଳନ୍ତା ଅଟୋକୁ ଧକା ହେଲା ଷଣ୍ଢ; ୩ ଗୁରୁତର, ଜଣେ ଆହତ

ବାଲିପାଟଣା: ହଂସପାଳ ନିମାପଡ଼ା କେନାଲ ବନ୍ଧ ବନମାଳୀପୁର ନିକଟରେ ଏକ ଚଳନ୍ତା ଅଟୋ ସହ ଷଣ୍ଢ ଧକା ହେବା ଫଳରେ ୩ ଗୁରୁତର ଏବଂ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣା ସ୍ଥଳରୁ ଆହତ ମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ସମେତ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଆହତମାନେ ହେଲେ ବନମାଳୀପୁର ଭାପୁର ପଞ୍ଚାୟତ ଆନନ୍ଦପୁରର କୃଷ୍ଣଚନ୍ଦ୍ର ବିଷୋୟୀ ( ୭0 ), ତାଙ୍କ ପତ୍ନୀ ମରିୟମ ବିଷୋୟୀ ( ୬0 ), ବୋହୁ ବନ୍ଦନା ରାଣୀ ପ୍ରଧାନ ଓ ଅଟୋ ଡ୍ରାଇଭର ତୃପ୍ତି ରଞ୍ଜନ ରାଜ୍ ( ୩0 )।

publive-image

କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ଏବଂ ଡ୍ରାଇଭର ତୃପ୍ତି ରଞ୍ଜନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହେବା ସହ ଗଭୀର ଆଘାତ ଲାଗିଛି। କୃଷ୍ଣଚନ୍ଦ୍ର ଜଣେ ଅସୁସ୍ଥ ସମ୍ପର୍କୀୟଙ୍କୁ ଦେଖିବାକୁ କଟକ ବଡ଼ମେଡିକାଲ ଯାଇଥିଲେ। ସନ୍ଧ୍ୟାରେ ଫେରିବା ବେଳେ ଗାଁ ନିକଟରେ ହଠାତ କଳା ଷଣ୍ଢ ଅଟୋ ସାମ୍ନାକୁ ଚାଲି ଆସିଥିଲା। ଫଳରେ ଡ୍ରାଇଭର ଭାର ସାମ୍ୟ ହରାଇ ଷଣ୍ଢକୁ ଧକା ଦେଇ ଅଟୋଟି ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଏବଂ ସମ୍ପର୍କୀୟ ଉଦ୍ଧାର କରି ହସ୍ପିଟାଲ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe