୩୩/୧୧ କେଭି ସବଷ୍ଟେସନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ପତ୍ର ଲେଖିଲେ ସାଂସଦ

୩୩/୧୧ କେଭି ସବଷ୍ଟେସନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ପତ୍ର ଲେଖିଲେ ସାଂସଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ନକ୍ସଲ ପ୍ରବଣ ତଥା ଦୁର୍ଗମ ସାଲିମି ଅଂଚଳରେ ବିକାଶ ଧାରା ଠପ୍ ହୋଇଯାଇଛି।  ସାଂସଦ ରମେଶ ଚନ୍ଦ୍ର ମାଝି ଗତମାସରେ ଏହି ଅଂଚଳ ଗସ୍ତ ବେଳେ ଜାଣିବାକୁ ପାଇଥିଲେ।ସାଲିମି ଅଂଚଳ ଗସ୍ତ ବେଳେ ଏହି ଅଂଚଳର ଲୋକମାନେ ପ୍ରଥମଥର ଜଣେ ରାଜନେତାଙ୍କୁ ଅତି ନିକଟରେ ପାଇ ସମସ୍ୟାର ପାହାଡ ଛିଡା କରିଦେଇଥିଲେ। ସାଂସଦ ଶ୍ରୀ ମାଝି ମଧ୍ୟ ସମସ୍ତ ସମସ୍ୟାକୁ ତୁରନ୍ତ ସମାଧାନ କରିବାର ପ୍ରତିଶ୍ରୁତି ଦେଇ ଫେରିଥିଲେ। ସେଥିମଧ୍ୟରୁ ଏହି ଅଂଚଳରେ ବିଦ୍ୟୁତ ସେବା ଅତି କଦର୍ଯ୍ୟ ରହିଥିବାରୁ ତୁରନ୍ତ ୩୩/୧୧ କେଭି ସବଷ୍ଟେସନ ବସାଇବା ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ପତ୍ର ଦ୍ବାରା ଅବଗତ କରାଇଛନ୍ତି।

ସେହିପରି ଏହି ଅଂଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଏଠାରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦରକାର ପଡୁଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି।ଏହି ଦୁଇଟି ସୁବିଧା ଏହି ଦୁର୍ଗମ ଲୋକଙ୍କ ପାଖରେ ପହଞ୍ଚିଲେ ଲୋକେ ଦୀର୍ଘ ଦିନର ସ୍ବପ୍ନ ସାକାର ହେବ ବୋଲି କହିଛନ୍ତି।ସାଂସଦ ଶ୍ରୀ ମାଝି ମଧ୍ୟ ତୁରନ୍ତ ଏହି ଦୁଇଟି ସେବାକୁ ସେ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଆଗାମୀ ଦିନରେ ଅନ୍ୟ ସମସ୍ୟାଗୁଡିକ ଉପରେ ସେ ଆଲୋକପାତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe