ପୌର ପରିଷଦର ବିଭିନ୍ନ ଵାର୍ଡ ଗସ୍ତ କଲେ ସାଂସଦ

Advertisment
ପୌର ପରିଷଦର ବିଭିନ୍ନ ଵାର୍ଡ ଗସ୍ତ କଲେ ସାଂସଦ

ମାଲକାନଗିରି: ମାଲକାନଗିରି ପୌରପରିଷଦର ବିଭିନ୍ନ ଵାର୍ଡ ପରିଦର୍ଶନ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି। ପୌର ପରିଷଦର ୮,୯,୧୭ ଏବଂ ୧୮ ନମ୍ବର ଵାର୍ଡ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଥିଲେ ସାଂସଦ। ଲୋକଙ୍କୁ ପିଇବା ପାଣିର ସମସ୍ୟା ଏବଂ ବିଦ୍ୟୁତ ସମସ୍ୟା ରହିଥିବା ନେଇ ଅଭିଯୋଗ ପାଇବା ପରେ ଏହାର ତୁରନ୍ତ ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ସାହିବାସିନ୍ଦାଙ୍କୁ ପଟ୍ଟା କିପରି ମିଳିବ ସନେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଵାର୍ଡ ବାସିନ୍ଦା ଅନୁରୋଧ କରିଥିଲେ। ସହରରେ ରହିଥିବା ବାଲିସାଗର ସବୁଠାରୁ ଜିଲ୍ଲାର ବଡ ବନ୍ଧ ହୋଇଥିବା ବେଳେ ଏହାର ଉନ୍ନତି କରଣ, ସୌନ୍ଦର୍ଯ୍ୟକରଣ ଏବଂ ମରାମତି କରାଗଲେ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟିଥାନ୍ତା ବୋଲି ଲୋକେ କହିଥିଲେ। ତେବେ ସାଂସଦ ଲୋକଙ୍କର ବିଭିନ୍ନ ସମସ୍ୟା ବୁଝିବା ସହ କିପରି ଏହାକୁ ଆଗାମୀ ଦିନରେ ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଇ ସମାଧାନ କରାଯିବ ସେନେଇ ସେ ପଦକ୍ଷେପ ନେବେ ବୋଲି କହିଥିଲେ। ତେବେ ଆଗକୁ ପୌର ନିର୍ବାଚନ ରହିଥିବାରୁ ଲୋକ ପ୍ରତିନିଧିମାନଙ୍କ ସୁଅ ଏବେ ପୌର ପରିଷଦ ଅଞ୍ଚଳରେ ଦେଖା ମିଳିବ ବୋଲି କୁହାଯାଇଛି।

ଦୀର୍ଘ ଦିନ ଧରି ଲୋକେ ସମସ୍ୟାରେ ବୁଡି ରହିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ବେଳେ ନିର୍ବାଚନ ଥିବାରୁ ବହୁ ନେତା ଏବେ ପ୍ରତିଶ୍ରୁତିରେ ଲୋକଙ୍କୁ ପୋତି ଦେବେ ବୋଲି କୁହାଯାଇଛି।ତେବେ ଏହି ଵାର୍ଡବାସୀଙ୍କର ସମସ୍ୟା କେବେ ସମାଧାନ ହେବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe