ଅଗ୍ନିଶମବାହିନୀ ପକ୍ଷରୁ ଅଗ୍ନି ପ୍ରତିରୋଧ ମକ୍‌ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅଗ୍ନିଶମବାହିନୀ ପକ୍ଷରୁ ଅଗ୍ନି ପ୍ରତିରୋଧ ମକ୍‌ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ
ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ  କଳିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ନୂତନ) ପରିସରରେ ଘୁ.ଉଦୟଗିରି ଅଗ୍ନିଶମବାହିନୀର ପକ୍ଷରୁ ଅଗ୍ନି ପ୍ରତିରୋଧ ପ୍ରଶିକ୍ଷଣ ବା ମକ୍‌ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଘୁ.ଉଦୟଗିରି ଅଗ୍ନିଶମବାହିନୀର ହାବିଲଦାର ସନ୍ତୋଷ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ମକ୍‌ ଡ୍ରିଲ କାର୍ଯ୍ୟକ୍ରମରେ ସଞ୍ଜୟ ଦାସ, ଦିବ୍ୟରଞ୍ଜନ ରାଉତ, ସନ୍ତୋଷ ସେଠୀ, ସୀତାକାନ୍ତ ସ୍ୱାଇଁ ସମସ୍ତେ ସହଯୋଗ କରିଥିଲେ। ମୁଖ୍ୟତଃ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଗ୍ନି ସଂଯୋଗ ହେଲେ ଏହାର କିଭଳି ମୁକାବିଲା କରିବେ କିଭଳି ଅଗ୍ନିକୁ ନିୟନ୍ତ୍ରଣ କରିବେ କେଉଁ ଯନ୍ତ୍ର ବ୍ୟବହାର କରିବେ ଏବଂ କେଉଁ ଉପାୟରେ ସୁରକ୍ଷିତ ଭବେ ଅଗ୍ନିକୁ ଆୟତ୍ତ କରି ନିଜକୁ ସୁରକ୍ଷିତ ରଖି ନିଜ ଅନୁଷ୍ଠାନ ଙ୍କୁ ନିଆଁ ଦାଉରୁ ରକ୍ଷା କରିପାରିବେ ତାଉପରେ ଉପସ୍ଥିତ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
publive-image
ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ.ରତିକାନ୍ତ ସାହୁ କଳିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ନୂତନ)ର ଡ. ସ୍ମିତିରେଖା, ଡ. ଧର୍ମେନ୍ଦ୍ର ଦଳାଇ, ଫାର୍ମାସିଷ୍ଟ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ବିପିଏମ ରାଜକିଶୋର ସାହୁ ଏବଂ ଆଶା କର୍ମୀ ଓ ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe