ଢଳେଇ ରାସ୍ତା କାଦୁଅ ପଚପଚ, ଲୋକେ ହିନସ୍ତା

ଢଳେଇ ରାସ୍ତା କାଦୁଅ ପଚପଚ, ଲୋକେ ହିନସ୍ତା

ବିଂଝାରପୁର : ବିଂଝାରପୁର ପୂର୍ତ୍ତ ବିଭାଗ ଅଧୀନସ୍ଥ ଅରେଇ ଗୁହାଳି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଗ୍ରାମବାସୀ ହିନସ୍ତା ହେଉଛନ୍ତି। ଢଳେଇ ରାସ୍ତା ଉପରେ କାଦୁଅ ଯୋଗୁଁ ପ୍ରତିଦିନ ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅଭିଯୋଗ ଅନୁଯାୟୀ, ବିଂଝାରପୁର ବ୍ଲକ୍‌ର ଅରେଇ ଠାରୁ ଗୁହାଳି ପର୍ଯ୍ୟନ୍ତ ଢଳେଇ ରାସ୍ତା ନିର୍ମାଣ ସରିଛି। ଗୁହାଳି ଗ୍ରାମରେ ଏହିରାସ୍ତା ନିର୍ମାଣରେ ତ୍ରୁଟି ଯୋଗୁଁ ରାସ୍ତା ଉପରେ କାଦୁଅ ଜମୁଛି। ପ୍ରାୟ ପାଞ୍ଚଶହ ମିଟର ରାସ୍ତା ଉପରେ ପାଣି କାଦୁଅ ଜମିରହୁଛି। ଫଳରେ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂତନ ଭାବେ ନିର୍ମାଣ ହୋଇଥିବା ବିଂଝାରପୁର-ବୁଢ଼ାଘାଟ ନଦୀବନ୍ଧ ରାସ୍ତାକୁ ଅରେଇ-ଗୁହାଳି ରାସ୍ତା ସଂଯୋଗ କରୁଥିବାରୁ ପ୍ରତିଦିନ ଗୁହାଳି ଗ୍ରାମଦେଇ ଶହଶହ ଲୋକ ଯାତାୟାତ କରୁଛନ୍ତି।

ରାସ୍ତା ଉପରେ କାଦୁଅ ଥିବାରୁ ବିଶେଷକରି ବାଇକ୍‌ ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି। ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗଣେଶ ଚନ୍ଦ୍ର ଧଳ, ଶୁଭ୍ରାଂଶୁ ମହଲ, ଦାମୋଦର ଧଳ, ପୂର୍ବତନ ସରପଞ୍ଚ ଶାନ୍ତନୁ ମଲିକ, ହିମାଂଶୁ ମହଲ, ବାବୁରାମ ମଲିକ, ବାବୁଲା ପରିଡ଼ା, ନଟବର ମଲିକ, ଶିବପ୍ରସାଦ ମିଶ୍ର, ରବୀନ୍ଦ୍ର ଯେନା, ମହେନ୍ଦ୍ର ବେହେରା, ପାଗଳ ନାଥଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସିଦ୍ଧାର୍ଥ ଜେନାଙ୍କୁ ପଚାରିବାରୁ ବର୍ଷାପାଣି ନିଷ୍କାସନ ହୋଇପାରୁନଥିବାରୁ ରାସ୍ତା ଉପରେ ପାଣି କାଦୁଅ ଜମୁଛି। ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe