ଚାଷଜମିରେ କାଦୁଅ ମାଡ଼ିଗଲା

ଚାଷଜମିରେ କାଦୁଅ ମାଡ଼ିଗଲା

Shutterstock

କାଳିଆପାଣି: ସୁକିନ୍ଦା ତହସିଲ କାଳିଆପାଣି ସର୍କଲ ଚିଙ୍ଗୁଡ଼ିପାଳ ଓ ରଙ୍ଗମାଟିଆ ଗାଁରେ ଆଜି କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। କାର୍ତ୍ତିକ ପାତ୍ରଙ୍କ ନିର୍ମାଣାଧୀନ ଘରର ସବୁ ଆଜବେସଷ୍ଟସ୍ ଛପର ଉଡ଼ାଇନେଇଛି। ପାଖ ଗାଁ ରଙ୍ଗମାଟିଆରେ ପୀତବାସ ଦେହୁରୀ ଓ ସ‌ନ୍ତୋଷ ପ୍ରଧାନଙ୍କ ଛଣ ଛପର ଘର ଉପରେ ଗଛଡାଳ ପଡ଼ି କ୍ଷୟକ୍ଷତି ହୋଇଛି।

ଉଭୟ ଗାଁରେ ଅଧିକାଂଶ ଲୋକଙ୍କ ଛପର କ୍ଷତିଗ୍ରସ୍ତ ହୋଇଛି। ସେହିପରି ପ୍ରବଳ ବର୍ଷା କାରଣରୁ ଆଖପାଖ ଖଣିରୁ ବହିଆସିଥିବା ବିଷାକ୍ତ ମାଟି କାଦୁଅ ମିଶା ପାଣି ଆଖପାଖ ସୁକୁରଙ୍ଗି ଓ ସାରୁଆବିଲ ଗାଁର ବହୁ ଚାଷଜମିରେ ମାଡ଼ି ଯାଇଥିବା ଦେଖିବାକୁ ମିଳିଛି। ହଠାତ୍ ପ୍ରବଳ ବର୍ଷା ପାଇଁ ଡମ୍ପ୍ ସଂଲଗ୍ନ ଡ୍ରେନ୍‌ ପୋତି‌ ହୋଇଯିବା ସହ ଉଛୁଳା ପାଣି ପାର୍ଶ୍ବସ୍ଥ କ୍ଷେତକୁ ମାଡ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe