ଗର୍ଭବତୀଙ୍କୁ ହତ୍ୟା ଘଟଣା, ଟାଉନ୍ ଥାନା ପୋଲିସ ବିରୋଧରେ ଏସପିଙ୍କୁ ଫେରାଦ୍ ହେଲେ ପରିବାର ଲୋକେ

Advertisment
ଗର୍ଭବତୀଙ୍କୁ ହତ୍ୟା ଘଟଣା, ଟାଉନ୍ ଥାନା ପୋଲିସ ବିରୋଧରେ ଏସପିଙ୍କୁ ଫେରାଦ୍ ହେଲେ ପରିବାର ଲୋକେ

image source--new indian express

ଭଦ୍ରକ : ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ମାଲପୁର ଗ୍ରାମର ସୁଧାରଞ୍ଜନ ମହାନ୍ତିଙ୍କ ଗର୍ଭବତୀ ଝିଅ ପ୍ରଜ୍ଞାସିନୀ ମହାନ୍ତିଙ୍କୁ ଯୋଜନାବଦ୍ଧ ଭାବେ ତାର ଶ୍ଵଶୁର ଘର ଲୋକେ ହତ୍ୟା କରିଥିବା ଭଦ୍ରକ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ହତ୍ୟା ଭଳି ଏକ ଜଘନ୍ୟ ଅପରାଧରେ ପୋଲିସ ସ୍ୱାମୀକୁ ଅଟକ ରଖି ପରେ ଛାଡି ଦେଇଥିବାରୁ ପ୍ରଜ୍ଞାସିନୀଙ୍କ ବାପଘର ଲୋକଙ୍କ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାରେ ତଦନ୍ତ କରିବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବିରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ୍ ହୋଇଥିଲେ।
ଗତ ୨୦୧୮ ମସିହା ଡିସେମ୍ବର ମାସରେ ପ୍ରଜ୍ଞାସିନୀ ମହାନ୍ତି ସହିତ କେନ୍ଦୁଝର ଜିଲ୍ଲା ନନ୍ଦୀପଦା ଥାନା ଅଧିନସ୍ଥ ଅଁରା ଗ୍ରାମର ଖଗେଶ୍ୱର ଜେନାଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ବରପକ୍ଷଙ୍କ ଯୌତୁକ ଦାବୀ ମୁତାବକ ସୁନା ଗହଣା ଓ ଅନ୍ୟାନ୍ୟ ସମସ୍ତ ଜିନିଷ ପ୍ରଦାନ କରାଯାଇଥିଲା । ବିବାହର କିଛି ମାସ ପରେ ସ୍ୱାମୀ ସମେତ ପରିବାର ଲୋକେ ମାନସିକ ଓ ଶାରିରୀକ ନିର୍ୟାତନା ଦେବା ସହିତ ଅଧିକ ଯୌତୁକ ଆଣିବା ପାଇଁ ଚାପ ପ୍ରୟୋଗ କରୁଥିଲେ । ପ୍ରଜ୍ଞାସିନୀଙ୍କ ବାପାଙ୍କର ଆର୍ଥିକ
ଅବସ୍ଥା ଭଲ ନଥିବାରୁ ତା ଶାଶୁଘର ପକ୍ଷରୁ ବାରମ୍ବାର ଦାବୀ କରାଯାଉଥିବା ଅର୍ଥ ଯୋଗାଇବାରେ ଅକ୍ଷମତା ପ୍ରକାଶ କରିବାରୁ ଝିଅକୁ ମାଡ଼ ଗାଳି ସହ ଅପମାନିତ ହେବାକୁ ପଡୁଥିଲା । ପ୍ରଜ୍ଞାସିନୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପାଳିଆବିନ୍ଧା ଶାଖାରେ ଚାକିରି କରୁଥିଲା, ତାର ଦରମା ପଇସା, ଏଟିଏମ୍ ଓ ବୀମା କାଗଜ ପତ୍ର ସବୁ ସ୍ୱାମୀ ପାଖରେ ରହୁଥିଲା । ଯିବା ଆସିବା ଖର୍ଚ୍ଚ ବାବଦକୁ ତାକୁ ମାସିକ ମାତ୍ର ଦୁଇ ହଜାର ଟଙ୍କା ଦିଆଯାଉଥିଲା । କିଛିଦିନ ପରେ ଝିଅ ଓ ଜ୍ୱାଇଁ ଭଦ୍ରକର ଗବସାହି ମୋଟେଲଛକରେ ଏକ ଭଡାଘରେ ରହୁଥିଲେ । ଯୌତୁକ ଲୋଭରେ ପ୍ରଜ୍ଞାସିନୀଙ୍କୁ ଗତ ୧୦ ତାରିଖରେ ଯୋଜନାବଦ୍ଧ ଭାବେ ହତ୍ୟାକରି ନାଟକୀୟ ଢଙ୍ଗରେ ବାଥ୍ ରୁମରୁ ପଡି ଗୁରୁତର ହୋଇଥିବା ଓ ଘଟଣାର ୬ ଘଂଟା ପରେ ବାପଘର ଲୋକଙ୍କୁ ଜଣାଇଥିଲେ ବୋଲି ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପରିବାର ଲୋକ ଘଟଣା ସମ୍ପର୍କରେ ଖବର ପାଇବା ପରେ ସେମାନେ ଆସି ଦେଖନ୍ତି ତ ଡାକ୍ତର ପ୍ରଜ୍ଞାସିନୀକୁ ମୃତ ଘୋଷଣା କରିଛି । ଆସାମୀମାନଙ୍କ ପ୍ରତି ଦୃଢ଼ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରଜ୍ଞା ସିନି ର ବାପ ଘର ଲୋକ ଦାବିରିଛନ୍ତି । ଅଭିଯୋଗକୁ ଭିତିକରି ଟାଉନ୍ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ସ୍ୱାମୀ ଖଗେଶ୍ୱରକୁ ଅଟକ ରଖି ଥାନାରୁ ଛାଡି ଦିଆଯାଇଛି । ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ସଠିକ୍ ତଦନ୍ତ ନକରି ମୁଖ୍ୟ ଅଭିଯୁକ୍ତକୁ ଥାନାରୁ ଛାଡ଼ିଦେବା ପୋଲିସ୍‌ର ନିରପେକ୍ଷ ତଦନ୍ତ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି । ଜିଲ୍ଲା ଏସପିଙ୍କ ଠାରୁ ଉପଯୁକ୍ତ ନ୍ୟାୟ ନମିଲେ ଉପରିସ୍ଥ ପଦାଧିକାରୀଙ୍କ ଦ୍ବାରସ୍ଥ ହେବେ ବୋଲି ମୃତାଙ୍କ ବାପା ଚେତାବନି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe