ଭଞ୍ଜନଗର ସହର ସୌନ୍ଦର୍ଯ୍ୟ କରିବ ‘ମୁକ୍ତା’ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦ ଲକ୍ଷ

Advertisment

ସହରାଞ୍ଚଳ ଶ୍ରମିକଙ୍କ ରୋଜଗାର ସୃଷ୍ଟି ଲକ୍ଷ୍ୟ 

ସହରାଞ୍ଚଳ ଶ୍ରମିକଙ୍କ ରୋଜଗାର ସୃଷ୍ଟି ଲକ୍ଷ୍ୟ 

ଭଞ୍ଜନଗର ସହର ସୌନ୍ଦର୍ଯ୍ୟ କରିବ ‘ମୁକ୍ତା’ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦ ଲକ୍ଷ

ଭଞ୍ଜନଗର: ସହରାଞ୍ଚଳର ଗୁଡ଼ିକରେ ଶ୍ରମିକ ମାନଙ୍କ ସହ ସ୍ବୟଂ ସହାୟକ ମହିଳା ମାନଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ସରାକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ(ମୁକ୍ତା) ଯୋଜନା ଆରମ୍ଭ କରିଛନ୍ତି। ଏଥିରେ କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଦିଗରେ ଏନ୍ଏସି ପକ୍ଷରୁ ବିଭିନ୍ନ ଉନ୍ନୟନ ଓ ସୌନ୍ଦର୍ଯ୍ୟ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ଯୋଜନାରେ  ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ନେଇ ଯୋଜନା ରହିଥିବା ଏନ୍ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ସୂଚନା ଦେଇଛନ୍ତି। ଏଥିରେ ସ୍ଥାନୀୟ ଶ୍ରମିକ, ଚିତ୍ରକର ମାନଙ୍କୁ ସାମିଲ କରାଯାଇଛି ବିଭିନ୍ନ କ୍ଷେତ୍ରରେ ରୋଜଗାରକ୍ଷମ କରାଯାଉଛି। ଅଗାମୀ ଦିନରେ ଏହି ଯୋଜନାରେ ସହର ସୌନ୍ଦର୍ଯ୍ୟକରଣ ସହ ଲୋକ ମାନଙ୍କ ଚିତ୍ତୋବିନୋଦନ କରିବା ଦିଗରେ ଅନେକ ଯୋଜନା କାର୍ଯ୍ୟକାରୀ କରିବା ନେଇ ନିଷ୍ପତି ନିଆଯାଇଥିବା ଜଣାପଡିଛି।

publive-image

ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୫ ଗୋଟି ୱାର୍ଡ ରହିଛି। ସହରରେ ଥିବା ମହିଳା ସ୍ବଂୟ ସହାୟକ ଗୋଷ୍ଠି ମାନଙ୍କୁ ଏଥିରେ ସାମିଲ କରାଯାଇଛି। ବିଭିନ୍ନ ଶ୍ରମ ଭିତ୍ତିକ କାର୍ଯ୍ୟ ସୃଷ୍ଟି କରିବା ପାଇଁ ଏନ୍‌ଏସି ପକ୍ଷରୁ କାର୍ଯ୍ୟ ତାଲିକା ପ୍ରସ୍ତୁତ କରାଯିବା ପରେ ବର୍ତ୍ତମାନ କାର୍ଯ୍ୟ ଜାରି ରହିଛି। ଏହି ଯୋଜନାରେ ଏନ୍ଏସିର ପ୍ରତି ବସ୍ତି ଇଲାକାରେ ପ୍ରାୟ ୧୧ ଟି ପରିଚୟ ଗୃହ ନିର୍ମାଣ କରାଯିବ। ସହରର ବିଭିନ୍ନ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ବରେ ଥିବା କାନ୍ଥରେ ପ୍ରାୟ ୪୦୦୦ ବର୍ଗ ମିଟର କାନ୍ଥରେ ଚିତ୍ର ଅଙ୍କାଯିବା ନେଇ ଯୋଜନା ରହିଛି। ଏଥି ନିମନ୍ତେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏଥିସହ ଏନ୍‌ଏସିର ବିଭିନ୍ନ ସ୍ଥାନରେ ୭୫ ଟି ରେନ୍‌ ୱାଟ୍‌ର ହାରବେଷ୍ଟିଂ ନିର୍ମାଣ ନେଇ ଯୋଜନା ରହିଛି। ଯାହା ଦ୍ବାରା ବୋହି ଯାଉଥିବା ବର୍ଷା ଜଳକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ଏନ୍‌ଏଏସି ପକ୍ଷରୁ କୁହାଯାଇଛି। ଏଥିସହ ସହରରେ ପ୍ରାୟ ୧୦୦୦ ବୃକ୍ଷରୋପଣ କରାଯିବା ନେଇ ଯୋଜନା ରହିଛି। ଆଜି ସୁଦ୍ଧା ୬୦୦ ଉନ୍ନତ ମାନର ଚାରା ବିଭିନ୍ନ ଜାଗାରେ ରୋପଣ କାରାଯାଇଥିବା ବେଳେ ଆଗାମୀ ଦିନ‌ରେ ଆହୁରି ଚାରା ରୋପଣ କରାଯିବ ବୋଲି ଜଣାପଡିଛି। ଷ୍ଟକ୍‌ ରେଜିଆ, ଅକ୍ସିଜେନ, ବଉଳ, କଦମ୍ବ, କୃଷ୍ଣଚୂଡା ଭଳି ଗଛର ୧୦ରୁ ୧୫ ଫୁଟ ଉଚ୍ଚର ଚାରା ବିଭିନ୍ନ ସ୍ଥାନରେ ଲଗାଯାଇଛି।

ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ନେଇ କାର୍ଯ୍ୟ ଜାରି ରହିଥିବା ବେଳେ ଆଗାମୀ ଦିନରେ ସହରର ବିଭିନ୍ନ ସ୍ଥାନରେ ଖୋଲା ବ୍ୟାୟମ କେନ୍ଦ୍ର, ୱାକିଂ ଟ୍ରାକ୍, ଖେଳ ପଡିଆର ଉନ୍ନତି କରଣ, ପୋଖରୀ ସୌନ୍ଦର୍ଯ୍ୟ କରଣ, ନୂତନ ପୋଖରୀ ନିର୍ମାଣ ଭଳି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବା ନେଇ ଯୋଜନା ରହିଥିବା ଶ୍ରୀ କର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe