ହଜ୍‌ ଯାତ୍ରାରେ ସାମିଲ ହେଲେ ରାଇରଙ୍ଗପୁରର ମୁସଲମାନ ସମ୍ପ୍ରଦାୟ

Advertisment
ହଜ୍‌ ଯାତ୍ରାରେ ସାମିଲ ହେଲେ ରାଇରଙ୍ଗପୁରର ମୁସଲମାନ ସମ୍ପ୍ରଦାୟ

Sambad

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରାଞ୍ଚଳର ଠାକୁରାଣୀବେଡା ମୁସଲମାନ ସାହିର ଲୋକେ ହଜ୍ ଯାତ୍ରାରେ ସାମିଲ ହୋଇଛନ୍ତି। ମଙ୍ଗଳବାର ସକାଳେ ଉପଖଣ୍ଡ ଅଞ୍ଚଳରୁ ପ୍ରଥମେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ମସଜିଦ ପରିସରରେ ଏକତ୍ରିତ ହୋଇଥିଲେ।  ସାମୁହିକ ଭାବେ ସେଠାରେ ନମାଜ ପାଠ କରିଥିଲେ। ତାଙ୍କ ମଧ୍ୟରେ ହଜ୍ ଯାତ୍ରାରେ ଯାଉଥିବା ଲୋକମାନଙ୍କୁ ଗ୍ରାମବାସୀ ପାଛୋଟି ଆଣିଥିଲେ ଓ ଯାତ୍ରା ସଫଳ ହେଉ ବୋଲି ମଙ୍ଗଳକାମନା କରିଥିଲେ। ମସଜିଦର ମୌଲବୀ ମଧ୍ୟ ସେମାନଙ୍କୁ ଶୁଭେଛା ଜଣାଇଥିଲେ। ଏହି ଭାବପୂର୍ଣ୍ଣ ପରିବେଶକୁ ଦେଖିବା ପାଇଁ ମୁସଲମାନ ସମ୍ପ୍ରଦାୟ ଲୋକଙ୍କ ଭିଡ ଜମିଥିଲା। ରାଇରଙ୍ଗପୁର ଠାରେ ପ୍ରତିବର୍ଷ ମୁସଲମାନମାନେ ହଜ୍‌ ଯାତ୍ରାରେ ଯାଇଥାନ୍ତି।

ଚଳିତବର୍ଷ ହଜ୍‌ ଯାତ୍ରୀମାନେ ମୋଟ ୪୫ ଦିନ ଅତିକ୍ରାନ୍ତ କରି ହଜ୍ ଯାତ୍ରାରେ ମକ୍କା ଓ ମଦିନା ସହ ନାନା ତୀର୍ଥକ୍ଷେତ୍ର ପରିଭ୍ରମଣ କରିବେ ବୋଲି ସୂଚନା ଦେଇଛନ୍ତି। ଉକ୍ତ ହଜ ଯାତ୍ରାରେ ରାଇରଙ୍ଗପୁର ଠାକୁରାଣୀବେଡାରୁ ଅହମଦ ରଜକ, ସମସଦ ବେଗମ, ଏମ୍. ଡି. ଅଜିଜ ଓ ବଡାମକୁରାଢିରୁ ଏସ. କେ ଇସମାଇଲ, ସାବିନା ବିବି ତଥା ସେମାନଙ୍କର ଧର୍ମପତ୍ନୀ ପ୍ରମୁଖ ବାହାରିଛନ୍ତି। ହଜ୍‌ ଯାତ୍ରୀମାନେ ବାହାରିବା ସମୟରେ ହିନ୍ଦୁ ସମ୍ପ୍ରଦାୟର ଲୋକ  ଏକତ୍ର ହୋଇ ମଙ୍ଗଳକାମନା ସହ ଶୁଭେଛା ଜଣାଇଥିଲେ। ନଗେନ୍ଦ୍ର କୁମାର ସିଂହ, ବିଜୟ ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସେହି ସମୟରେ ହିନ୍ଦୁ ମୁସଲମାନ ପରସ୍ପର ମଧ୍ୟରେ ଶୁଭେଚ୍ଛା ଆଦାନ ପ୍ରଦାନ କରୁଥିବାବେଳେ ଏକ ଭାଇଚାରାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe