ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ୧୬ ହଜାର ଟଙ୍କା ଓ ଲାପଟପ!

Advertisment

ବାଇକ ଖରାପ ହୋଇଯିବାରୁ ଫିଙ୍ଗିଦେଲେ

ବାଇକ ଖରାପ ହୋଇଯିବାରୁ ଫିଙ୍ଗିଦେଲେ

 ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ୧୬ ହଜାର ଟଙ୍କା ଓ ଲାପଟପ!

ବାଲିଅନ୍ତା: ସ୍ଥାନୀୟ କେନ୍ଦୁବିଲ୍ବସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଗତକାଲି ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ଜଣେ ମୁମ୍ବାଇ ଫେରନ୍ତା ଇଂଜିନିୟରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କଠାରୁ ଏକ ଲାପଟପ ଓ ୧୦ ହଜାର ଟଙ୍କା ଛନାଇ ନେଇଛନ୍ତି। ସେହିପରି ସେ ଆସୁଥିବା ଅଟୋ ଚାଳକଙ୍କୁ ମଧ୍ୟ ଅନୁରୂପ ଭାବେ ଭୟଭୀତ କରାଇ ତାଙ୍କଠାରୁ ୬ ହଜାର ଟଙ୍କା ଲୁଟି ନେଇଛନ୍ତି। ତେବେ ଇଂଜିନିୟର ଓ ଅଟୋ ଚାଳକଙ୍କୁ ଲୁଟପାଟ କରି ଫେରାର ହୋଇଯିବା ସମୟରେ ବାଇକ ଖରାପ ହୋଇଯିବାରୁ ସେଠାରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ।

ଆଜି ସକାଳେ ରାସ୍ତାରେ ଉକ୍ତ ବାଇକ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ହେଲେ ପୁଲିସ ନପହଞ୍ଚିବାରୁ ସେମାନେ ବାଇକଟିକୁ ଅଟୋରେ ନେଇ ଥାନାରେ ପହଞ୍ଚାଇ ଦେଇଥିଲେ। ଏହି ଲୁଟ ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଲୁଟର ଶିକାର ହୋଇଥିବା ଯୁବ ଇଂଜିନିୟର ହେଲେ କେନ୍ଦୁବିଲ୍ବ ଗ୍ରାମର ଲଲାଟେନ୍ଦୁ ଆଚାର୍ଯ୍ୟ ଏବଂ ପ୍ରତାପରୁଦ୍ରପୁର ଗ୍ରାମର ଅଟୋ ଚାଳକ ପ୍ରଭାତ କୁମାର ନନ୍ଦ ଓରଫ ଅଜୟ।

ଏସଂପର୍କରେ ଆଜି ଲଲାଟେନ୍ଦୁ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୁଲିସ ଥାନାରେ ଏନେଇ ଏକ ମାମଲା ରୁଜୁ କରିଛି। ହେଲେ ରିପୋର୍ଟ ଲେଖାହେବା ବେଳକୁ ପୁଲିସ ଲୁଟେରାମାନଙ୍କୁ ଠାବ କରିପାରି ନାହିଁ। ପ୍ରାପ୍ତ ସୂଚନାନୁଯାୟୀ ଲଲାଟେନ୍ଦୁ ମୁମ୍ବାଇରେ  ସଫଟୱେୟାର ଇଂଜିନିୟର ଭାବେ କାର୍ଯ୍ୟ କରନ୍ତି। ଗତକାଲି ସେ କୋଣାର୍କ ଏକ୍ସପ୍ରେସରେ ଆସି ରାତି ସାଢ଼େ ୧୧ଟ ସମୟରେ ଭୁବନେଶ୍ବର ରେଳଷ୍ଟେସନରେ ଓହ୍ଲାଇଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ସ୍ଥାନୀୟ ଅଞ୍ଚଳର ଅଜୟଙ୍କ ଅଟୋରେ ବସି ପ୍ରତାପରୁଦ୍ରପୁର – କେନ୍ଦୁବିଲ୍ବ ପୂର୍ତ୍ତ ବିଭାଗ ରାସ୍ତାରେ ଘରକୁ ଫେରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe