୭୫୦ ଜଣ ପରୀକ୍ଷାର୍ଥୀ ଦେଲେ ମୁଣ୍ଡାରୀ ଭାଷା ଓ ବାନୀ ପରୀକ୍ଷା

୭୫୦ ଜଣ ପରୀକ୍ଷାର୍ଥୀ ଦେଲେ ମୁଣ୍ଡାରୀ ଭାଷା ଓ ବାନୀ ପରୀକ୍ଷା

ବାରିପଦା : ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ମୁଣ୍ଡାରୀ ସେକେଣ୍ଡାରୀ ଏଜୁକେସନ ତରଫରୁ ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାଜ୍ୟରେ ୨୦୨୦ ବର୍ଷ ପାଇଁ ମୁଣ୍ଡାରୀ ବାନୀ ଲିପିରେ ପ୍ରଥମ  ଶ୍ରେଣୀରୁ ଅଷ୍ଟମ  ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା ଅନୁଷ୍ଟିତ ହୋଇଯାଇଛି । କୋଭିଡ କଟକଣା ପାଇଁ ଗତବର୍ଷ ପରୀକ୍ଷା ହୋଇପାରିନଥିଲା । ଚଳିତ ବର୍ଷ ୩୫ ଗୋଟି କେନ୍ଦ୍ରରେ ୭୫୦ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି । ଏହି ପରୀକ୍ଷାର ସୁପରିଚଳନା ପାଇଁ ଭାରତ ମୁଣ୍ଡା ସମାଜ ତରଫରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସଂଘର ଓଡ଼ିଶା ରାଜ୍ୟ ସଭାପତି ରବିନ୍ଦ୍ର ନାଥ ସିଂ, ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂ, କୋଷାଧ୍ୟକ୍ଷ ବାଇଧର ସିଂ, ଉପସଭାପତି ସୁନାରାମ ସିଂ, ଜୟରାମ ସିଂ, ଉପଦେଷ୍ଟା ମୋନଜ କୁମାର ମୁଣ୍ଡା , ମୁଣ୍ଡାରୀ ବାନି ଶିକ୍ଷକ ବସନ୍ତ କୁମାର ସିଂ, ବୁଧିଆ ସିଂ, ଝାରଖଣ୍ଡ ରାଜ୍ୟର ସମ୍ପାଦକ ବୋଧ ମୁଣ୍ଡା, ନନ୍ଦ କିଶୋର ସିଂ, ପଶ୍ଚିମବଙ୍ଗ ରାଜ୍ୟ ସାଧାରଣ ସମ୍ପାଦକ ସର୍ଦ୍ଦାର ସିଂ, ସମ୍ପାଦକ ସପନ ସିଂ, ମୁଣ୍ଡାରୀ ବାନି ଶିକ୍ଷକ ମ୍ରିଣାଲ ସିଂ ପ୍ରମୁଖ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe